ଦେଶର ପାୱାରଫୁଲ ପଦବୀରେ ଓଡ଼ିଆ ପୁଅ

ମୋଦୀ ସରକାରରେ ଓଡ଼ିଆଙ୍କ ଦବଦବା , ରାଜନେତାଙ୍କଠୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ୍ ପର୍ଯ୍ୟନ୍ତ ଦେଶର ଉଞ୍ଚ ପଦପଦବିରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇଚାଲିଛି । ଆଉ ଯେତେବେଳ ଓଡ଼ିଆ ପୁଅ ଗିରିସ୍ ମୁର୍ମୁ ଦେଶର ନୂଆ ସିଏଜି ଭାବରେ ନିଯୁକ୍ତ କରାଯାଇଛି ସେତେବେଳେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତୁ ନଜର ପକାଇବା ସେହି ଓଡ଼ିଆ ବ୍ୟକ୍ତି ବିଶେଷଙ୍କ ଉପରେ ଯେଉଁମାନେ ମୋଦୀ ସରକାରରେ ଅଧିକ ଚର୍ଚ୍ଚାରେ ରହିବା ସହ ଟପ୍ ପୋଷ୍ଟ ରେ ମଧ୍ୟ ରହିଛନ୍ତି ।

ଗିରିଶ ଚନ୍ଦ୍ର ମୁର୍ମୁ – ଦେଶର ନୂଆ ମହାଲେଖା ନିୟନ୍ତ୍ରକ ବା ସିଏଚ୍ଏ । ପ୍ରଥମ ଓଡ଼ିଆ ଭାବେ ଏହି ସର୍ବୋଚ ପଦରେ ବସିଛନ୍ତି ଗିରିଶ । ୧୯୮୫ ଗୁଜୁରାଟ୍ କ୍ୟାର୍ଡର ଆଇଏଏସ୍ ଅଫିସର ଗିରିଶ ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଜମ୍ମୁ କାଶ୍ମୀରର କେନ୍ଦ୍ରସାଶିତ ଅଂଚଳର ମାନ୍ୟତା ପାଇବା ପରେ ଗିରିଶ ଙ୍କୁ ଉପରାଜ୍ୟପାଳର ଗୁରୁଦାୟିଦ୍ୱ ଦେଇଥିଲେ ମୋଦୀ ସରକାର । ଏପରିକି ମୋଦୀ ଗୁରୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରମୂଖ ସଚିବ ଭାବେ କାମ କରିଛନ୍ତି ଗିରିଶ ।ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗିରିଶକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ।

ପି.କେ ମିଶ୍ର : ୧୯୭୨ ଗୁଜୁରାଟ କ୍ୟାର୍ଡରର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର । ସମ୍ବଲପୁରରେ ଜନ୍ମିତ ପ୍ରମୋଦ ଏବେ ଦିଲ୍ଲୀ ଦରବାରରେ ସବୁଠୁ ର୍ଚ୍ଚିତ ଚେହେରା । ୨୦୧୯ ସେପ୍ଟେମ୍ବରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୂଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ପି.କେ ମିଶ୍ର । ଏହା ପୂର୍ବରୁ ମୋଦୀ ସରକାରର ପ୍ରଥମ ପାଳିରେ ପିଏମଓ ରେ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ପି.କେ ମିଶ୍ର । ଏହାଛଡା ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ ମଧ୍ୟ କରିଛନ୍ତି ପି.କେ ମିଶ୍ର ।

ଶକ୍ତିକାନ୍ତ ଦାସ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ । ୨୦୧୮ ମସିହାରେ ଉର୍ଜିତ ପଟେଲ ଆରବିଆଇର ଗଭର୍ନର ପଦରୁ ଇସ୍ତଫା ଦେବା ପରେ ଓଡ଼ିଆପୁଅ ଶକ୍ତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଇଥିଲେ ମୋଦୀ ସରକାର । ସେତେବେଳ ଶକ୍ତିକାନ୍ତଙ୍କୁ ନେଇ ପୁରା ଦେଶରେ ଚର୍ଚ୍ଚା ହୋଇଥିଲା । ୧୯୮୦ ବ୍ୟାଚ ତାମିଲନାଡୁ କ୍ୟାର୍ଡର ଆଇଏଏସ୍ ଅଫିସର ଶକ୍ତିକାନ୍ତ ଦାସ ଆରବିଅ୍ଧବ ଗଭର୍ନର ଭାବେ ନିଯୁକ୍ତି ପାଇବା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଭାଗରେ କାର୍ଯ୍ୟମଧ୍ୟ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ : କେବଳ ପ୍ରଶାସନିକ ସ୍ତରରେ ନୂହେଁ ଜାତୀୟ ରାଜନିତୀରେ ମଧ୍ୟ ବଢିଛି ଓଡ଼ିଆଙ୍କ ଦବଦବା । ମୋଦୀ ସରକାରଙ୍କ ଉଭୟ ପାଳିରେ ସବୁଠୁ ଚର୍ଚ୍ଚିତ ହେହେରା ସାଜି ଉଭା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀଙ୍କ ଗୁଡ଼ବୁକ ରେ ରହି ଆସିଥିବା ଧର୍ମେନ୍ଦ୍ରଙ୍କୁ ପ୍ରଥମ ପାଳିରେ ମିଳିଥିଲା ପେଟ୍ରୋଲିୟମ ର ବିଭାଗର ବଡ ଦାୟିତ୍ୱ ଆଉ ଦ୍ୱିତୀୟ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସହ ମିଳିଛି ଇସ୍ପାତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହାଛଡା ଅନେକ ସମୟରେ ଦଳର କ୍ରାଇସେସ୍ ମ୍ୟାନେଜର ଭୂମିକାରେ ନଜର ଆସିଥିବା ଧର୍ମେନ୍ଦ୍ରଙ୍କର ଏବେ ପାୱାର କରିଡରରେ କାର୍ତି ବଢିବାରେ ଲାଗିଛି ।

ବିଶ୍ୱଭୂଷଣ ହରିଚନ୍ଦନ: ମୋଦୀ ସରକାରର ଦ୍ୱିତୀୟ ପାଳିରେ ଚର୍ଚ୍ଚାକୁ ଆସିଥିବା ଆଉଜଣେ ଓଡ଼ିଆ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ୨୦୧୯ରେ ଆନ୍ଦ୍ରପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରିଚନ୍ଦନକୁ ନିଯୁକ୍ତ ଦେଇଥିଲେ କେନ୍ଦ୍ର ସରକାର । ରାଜ୍ୟ ବିଜେପିର ଏହି ହେବିୱେଟ୍ ଚେହେରା ୫ଥର ବିଧାୟକ ଥିବାବେଳେ ବିଜେପି, ବିଜେଡି ମେଂଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଛନ୍ତି

ପ୍ରତାପ ଷଡଙ୍ଗୀ: ଦ୍ୱିତୀୟ ଥା ମୋଦୀ କ୍ଷମତାକୁ ଆସିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଙ୍କୁ ନେଇ ଜାତୀୟ ସ୍ତରରେ ଯୋରଦାର ଚର୍ଚ୍ଚା ହୋଇଥିଲା । ମାତ୍ର ଦିନ କେଇଟାରେ ପ୍ରତାପଙ୍କ କ୍ରେଜ୍ ଆକାଶ ଛୁଆଁ ହୋଇଥିଲା । ଦିଲ୍ଲୀରୁ ପଲ୍ଲୀ ସବୁଠି ସଭିଥିଲା ଳପ୍ରତାପଙ୍କ ନାଁ । ବିଜେପିର ଏହି ପୁରୁଣା ସୈନିକ ପ୍ରଥମ ଥର ସାଂସଦ ହେବା ପରେ ମୋଦୀ ଦେଇଥିଲେ ବଡ ସର୍ରପ୍ରାଇଜ୍ । ପ୍ରତାପଙ୍କୁ ନିଜ ଟିମ୍ ରେ ସାମିଲ କରି ମୋଦୀ ସମସ୍ତଙ୍କୁ ଚମକାଇ ଦେଇଥିଲେ ଆଉ ଦିଲ୍ଲୀ ଦରବାରରେ ପାୱାରଫୁଲ କୋଠରିରେ ସାମିଲ ହୋଇଯାଇଥିଲା ଆଉଜଣେ ଓଡ଼ିଆଙ୍କ ନାଁ ।

ମୃତ୍ୟୁଞ୍ଜୟ ମହାପାତ୍ର : ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ ଭାବେ ଦେଶର ପ୍ରତିଟି ଘରେ ଜଣାଶୁଣା ଓଡ଼ିଆ ପୁଅ ଡ.ମୃତୁ୍ୟଞ୍ଜୟ ମହାପାତ୍ର । ଯାହାକୁ ଆଇଏମଡି ବା ଭାରତ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିଦେ୍ର୍ଧଶକ ଭାବେ ନିଯୁକ୍ତି ଦେଇଛନ୍ତି ମୋଦୀ ସରକାର । ପାଣିପାଗ ଓ ବାତ୍ୟାର ସଠିକ ଆକଳନ ପାଇଁ କେନ୍ଦ୍ର ସରକାରଭ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ମୃତୁ୍ୟଞ୍ଜୟ । ଏହା ଛଡା ମୃତୁ୍ୟଞ୍ଜୟଙ୍କ ସଠିକ ଆକଳନ ପାଇଁ ଅମ୍ଫାନ, ଫନି , ଫାଇଲିନ୍ , ହୁଡ୍ଡୁଡ୍ ଓ ତିତିଲି ଭଳି ଇଙ୍ଗ ବିପର୍ଯୟର ସଫଳ ମୁକାବିଲା କରିପାରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର

ସତ୍ୟନାରାୟଣ ପ୍ରଧାନ : ଦିଲ୍ଲୀ ଦରବାରରେ ଉଚ୍ଚ ପଦବିରେ ରହିଥିବା ଆଉଜଣେ ଓଡ଼ିଆ ପୁଅ ହେଉଛନ୍ତି ସତ୍ୟନାରାୟଣ ପ୍ରଧାନ । ୧୯୮୮ ବ୍ୟାଚ୍ ଝାରଖଣ୍ଡ କ୍ରାର୍ଡରର ଆପିଏସ୍ ଅଫିସର ସତ୍ୟନାରାୟଣ ୨୦୧୯ରେ ଏନଡିଆରଏଫ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ପ୍ରାକୃତିକ ଦୁର୍ବିପାକକୁ ନେଇ ସତ୍ୟନାରାୟଣଙ୍କ ଭୂମିକା ବେସ୍ ଗୁରୁତ୍ୱପୂର୍ଣ୍ଣ୍ର ରହିଆସିଛି । ବନ୍ୟା ବାତ୍ୟା ପରେ ପରେ ଏହି ଅଫିସରଙ୍କ ନେତୃତ୍ୱରେ ଏନଡିଆରଏଫ୍ ଜବାନଙ୍କ କାର୍ଯ୍ୟକୁ ବେସ୍ ପ୍ରସଂଶା ମଧ୍ୟ କରାଯାଉଛି ।

Leave A Reply

Your email address will not be published.

one × five =