ବ୍ରହ୍ମପୁର- କରୋନା ସଂକ୍ରମଣ ଭୟରେ ବ୍ରହ୍ମପୁରରେ ଆକ୍ସେସ କଂଟ୍ରୋଲ ଜୋନ ଘୋଷଣା କରିଛି ମହାନଗର ନିଗମ । ସହରର ବଡବଜାର ଥାନା ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ କରିଛି ପ୍ରଶାସନ । ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜୋନ ଭିତରେ ଥିବା ଲୋକଙ୍କୁ ହୋମ କ୍ୱାରେଂଟିନରେ ରଖିବାକୁ ନିର୍ଦେଶ ଦିଆଯାଇଛି । ଏହି ସମୟରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି ।