କାଳିଆ ଟଙ୍କା ଫେରସ୍ତ ନିର୍ଦେଶକୁ ସ୍ଥଗିତ


ଭୁବନେଶ୍ୱର- କାଳିଆ ଟଙ୍କା ଫେରସ୍ତ ନିର୍ଦେଶ କୁ ସ୍ଥଗିତ ରଖାଯାଇଛି । ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏତଦ୍ ବ୍ୟତିତ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ମଧ୍ୟ କରାଯାଇଛି । ରାଜ୍ୟରେ କରୋନା ସ୍ଥିତି ଓ ଖରିଫ ଚାଷ ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତି ହୋଇଛି ।

Leave A Reply

Your email address will not be published.

five × 3 =