ଆଉ ଚାଲିବେନି ପ୍ରବାସୀ ଶ୍ରମିକ

ଭୁବନେଶ୍ବର : ପ୍ରବାସୀ ଓଡ଼ିଆ ଶ୍ରମିକ ହୁଅନ୍ତୁ କି ଅଣଓଡ଼ିଆ ଶ୍ରମିକ , ଓଡ଼ିଶା ମଧ୍ୟ ଦେଇ ଯାଉଥିବା ଶ୍ରମିକମାନଙ୍କୁ ଆଉ ଚାଲିବାକୁ ପଡ଼ିବ ନାହିଁ। ସରକାର ସେମାନଙ୍କୁ ମାଗଣାରେ ବସ୍‌ ସେବା ଯୋଗାଇଦେବେ। ଅଣଓଡ଼ିଆ ଶ୍ରମିକ ‌ହୋଇଥିଲେ, ବସ୍‌ ସେମାନଙ୍କୁ ଓଡ଼ିଶା ସୀମା ପାର୍ କରାଇବ। ସେହିଭଳି ଓଡ଼ିଆ ଶ୍ରମିକମାନଙ୍କୁ ‌ସେମାନଙ୍କ ଘର ପାଖରେ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୁଲିସ ମହାନିଦ୍ଦେର୍ଶକ ଶ୍ରୀ ଅଭୟ ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.

4 × four =