ଭୁବନେଶ୍ୱର- ଖୋର୍ଦ୍ଧାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ଯୋଗୁଁ ଜିଲ୍ଲାର ୨ ବ୍ଳକ ସମେତ ୨ ଏନଏସି ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆଜି ସନ୍ଧ୍ୟା ୭ରୁ ୧୪ ତାରିଖ ରାତି ୭ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଚିଲିକା ଓ ବାଣପୁର ବ୍ଳକ ସମେତ ବାଲୁଗାଁ ଓ ବାଣପୁର ଏନଏସିରେ ସଟଡାଉନ କଟକଣା ଲାଗୁ କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।