ଭୁବନେଶ୍ୱର- କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଚଳିତବର୍ଷ ଧୁମଧାମରେ ପାଳନ ହେବନି ସ୍ୱାଧୀନତା ଦିବସ । କୋଭିଡ ନିୟମ ମାନି ସ୍ୱାଧୀନତା ଦିବସ ପାଳନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସକାଳ ୯ଟା ପରେ ଜାତୀୟ ପତକା ଉତୋଳନ କରାଯିବ । ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।