ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ

ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ହ୍ୱାଇଟହାଉସ ନିକଟରେ ଗୁଳି ଫୁଟିଥିଲା । ସମ୍ମିଳନୀ ଅଧାରୁ ବନ୍ଦ ରହିଥିଲା ଓ ଟ୍ରମ୍ପଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ତେବେ କିଛି ସମୟ ପରେ ପୁଣି ଥିରେ ସମ୍ମିଳନୀ ଆରମ୍ଭ ହୋଇଥିଲା । ଟ୍ରମ୍ପ ଏହି ଏନକାଉଂଟର ସଂପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ଏହି ଗୁଳିକାଣ୍ଡରେ ଜଣେ ପୋଲିସ ନିହତ ହୋଇଛି । ଟ୍ରମ୍ପଙ୍କ ସୁରକ୍ଷା କରୁଥିବା ୟୁଏସ ସିକ୍ରେଟ ସର୍ଭିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରା ଯାଇଥିଲା ଯେ ହ୍ୱାଇଟହାଉସ ନିକଟସ୍ଥ ପେନସିଲଭାନିଆ ଅଭେନ୍ୟୁ ନିକଟରେ ଜଣେ ସିକ୍ରେଟ ସର୍ଭିସ ଅଫିସ ମୁତୟନ ଥିଲେ । ଏହି ସମୟରେ ଏକ ସଂଦିଗ୍ଧ ବ୍ୟକ୍ତି ତାଙ୍କ ନିକଟକୁ ଆସି ମାରାଣାସ୍ତ୍ର ସମାଗ୍ରୀ ବାହାର କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ତା ଉପରକୁ ଗୁଳି ଚଳାଇଥିଲେ ।

Leave A Reply

Your email address will not be published.

6 + seven =