ପିଜି ନାମଲେଖା ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ପିଜି ପାଠ୍ୟକ୍ରମ ପାଇଁ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ । କରୋନା ମହାମାରୀ ଭିତରେ ଏଥରକ ଏକକ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛତ୍ରୀଙ୍କ ନାମଲେଖା କରାଇବାକୁ ଅପରାହ୍ନ ୨ଟାରୁ ୩୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଚାତ୍ରୀ ଙ୍ଗଙ୍ଗଙ୍ଗ. ଗ୍ଦବଜ୍ଞକ୍ଟୟସଗ୍ଦଷବ. ଶକ୍ଟଙ୍ଖ.ସଦ୍ଭ କିମ୍ବା ଷଗ୍ଧଗ୍ଧକ୍ଟ୍ର: //ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞକ୍ଟୟସଗ୍ଦଷବ. ଶକ୍ଟଙ୍ଖ.ସଦ୍ଭ. ମାଧ୍ୟମରେ ଆବେଦନ କରିପାରିବେ । ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ନିଜର ହଲ୍ ଟିକେଟ୍ ଡାଉନ୍ଲୋଡ୍ କରିପାରିବେ । ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ସାରା ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ଅକ୍ଟୋବର ୧୦ ପର୍ଯ୍ୟନ୍ତ ଆବେଦନକାରୀ ଗ୍ରାଜୁଏସନ (ସ୍ନାତକ) ମାର୍କ ଦାଖଲ କରିପାରିବେ । ଅକ୍ଟୋବର ୨୦ ସୁଦ୍ଧା ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟର ୩ଟି ଯାକ ବିଶ୍ୱବିଦ୍ୟାଳୟ ‘ଓକାକ୍’କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବେ । ୨୫ ଅକ୍ଟୋବରରେ ମେଧା ତାଲିକା ପ୍ରକାଶ କରାଯିବ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ । ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ଲାଗି ଛାତ୍ରଛତ୍ରୀ ଇ-ଆଡମିସନ୍ ‘ସଂଯୋଗ’ ହେଲ୍ପଲାଇନ୍ ନମ୍ବର (୧୫୫୩୩୫/୧୮୦୦-୩୪୫-୬୭୭୦)ରେ ଯୋଗାଯୋଗ କରିପାରିବେ । ଯେଉଁ ସ୍ନାତକ ଛାତ୍ରଛାତ୍ରୀଙ୍କର ଶେଷ ସେମିଷ୍ଟର୍ ପରୀକ୍ଷା ଫଳ ପ୍ରକାଶ ପାଇ ନଥିବ, ସେମାନେ ବି ପ୍ରବେଶିକା ପରୀକ୍ଷା ଲାଗି ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ । ତେବେ ଚୂଡାନ୍ତ ରାଜ୍ୟ ମେରିଟ୍ ଲଷ୍ଟ ପ୍ରକାଶ ପାଇବା ପୂର୍ବରୁ ସେମାନଙ୍କୁ ସ୍ନାତକ ମାର୍କ ଦାଖଲ କରିବାକୁ ହେବ । ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବେ ନାହିଁ, ସେମାନଙ୍କ ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

Leave A Reply

Your email address will not be published.

six − two =