କନେଷ୍ଟବଳ ସଂଘ ସଭାପତିଙ୍କ ମୃତ୍ୟୁ ପରେ ପରିବାରର ୧୧ ସଦସ୍ୟ ପଜେଟିଭ

ପୁରୀ: ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର ସଭାପତି ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ରବିବାର କୋଭିଡ୍ ଚିକିତ୍ସାଳୟରେ ଦେହାନ୍ତ ହେବା ପରେ ତାଙ୍କ ପରିବାରର ୧୧ ଜଣ ସଦସ୍ୟ ପଜେଟିଭ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେହିପରି ପରିବାରର ଆଉ ତିନି ଜଣ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ସେମାନେ ଏବେ ଘରେ ସଙ୍ଗରୋଧରେ ଥିବା ଜଣାପଡ଼ିଛି । ମୃତ ଶୁଭ୍ରାଂଶୁଙ୍କ ପତ୍ନୀ ଏବେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭେଂଟିଲେଟର୍ରେ ଥିବା ବେଳେ ଦୁଇ ଝିଅ ମଧ୍ୟ ସେଠାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଶୁଭ୍ରାଂଶୁଙ୍କର ବାପା,ମା, ଦୁଇ ଭାଇ ଏବେ ଗୋପବନ୍ଧୁ ଆୟୁର୍ବେଦ ଚିକିତ୍ସାଳୟରେ ଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶୁଭ୍ରାଂଶୁଙ୍କ ତିନି ଭାଇଙ୍କ ପତ୍ନୀ ଓ ପୁତୁରା ଜଗନ୍ନାଥ ମେଡ଼ିକାଲ କଲେଜ କୋଭିଡ୍ କେୟାର ସେଂଟର୍ରେ ଚିକିତ୍ସାଧୀନ ରହିଛି । ତାଙ୍କର ଅନ୍ୟ ଜଣେ ଆଇନଜୀବୀ ଭାଇ କୋଣାର୍କସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶୁଭ୍ରାଂଶୁଙ୍କର ସାନ ଭାଇ ଓ ଜଣେ ପୁତୁରା ଏବେ ଘରେ ସଙ୍ଗରୋଧରେ ଅଛନ୍ତି । ଏଭଳି ସ୍ଥିତିରେ ସାହିବାସିନ୍ଦାଙ୍କ ଅନୁରୋଧକ୍ରମେ ପ୍ରଶାସନ ପକ୍ଷରୁ ସିଦ୍ଧମହାବୀର ଦାଦାବାଡ଼ିର ସତ୍ୟନଗରରେ ଦମକଳବାହିନୀ ବିଶୋଧକ ସିଂଚନ କରିଛି ।

Leave A Reply

Your email address will not be published.

seventeen + thirteen =