ନାଲକୋ ଶ୍ରମିକ ସଂଗଠନର ଧର୍ମଘଟ

ଅନୁଗୁଳ: ଅଗଷ୍ଟ ୯କ୍ରାନ୍ତି ଦିବସ ଅବସରରେ ନାଲକୋ ମେନ ଗେଟ ସମ୍ମୁଖରେ କେନ୍ଦ୍ରିୟ ଶ୍ରମିକ ସଂଗଠନ ଡାକରାରେ କାର୍ଯ୍ୟରତ ଆଇଏନଟିୟୁସି, ଏଚଏମଏସ, ସିଟୁ ଓ ଏଆଇଟିୟୁସି ପ୍ରମୂଖ ସଂଗଠନର କର୍ମକର୍ତା କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନିତୀ ଓ ବ୍ୟପକ ଘରୋଇ କରଣ ପ୍ରତିବାଦରେ ପ୍ରତିବାଦ ଓ ଗଣ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋଭିଡ-୧୯ ସଂକ୍ରମଣ ପରିସ୍ଥିତିର ସୁଯୋଗ ନେଇ କେନ୍ଦ୍ରର ବିଜେପି ସରକାର କୋଲ, ରେଲୱେ, ଏଲଆଇସି, ବିଏସଏନଏଲ, ପତିରକ୍ଷା, ବିପିସିଏଲ, ଏନଟିପିସି, ନାଲକୋ, ଭେଲ, ହାଲ ପ୍ରମୂଖ ନବରତ୍ନ ଓ ମହାରତ୍ନ କମ୍ପାନୀ ଗୁଡିକୁ ଘରୋଇ ମାଲିକାନାକୁ ଶାଗ ମାଛ ଦରରେ ବିକି୍ର କରିବା ଓ ପ୍ରଚଳରତ ଶ୍ରମ ଆଇନ ଗୁଡିକୁ ପରିବର୍ତନ କରିବା ଓ ଦୈନିକ କାର୍ଯ୍ୟ ନିର୍ଘଂଟ ୮ଘଂଟାରୁ ୧୨ ଘଂଟାକୁ ବୃଦ୍ଧିକରିବା ପ୍ରତିବାଦରେ ସମସ୍ତ ଟ୍ରେଡ ୟୁନିଅନ ପ୍ରତିବାଦ ଓ ଭିକ୍ଷୋଭ କାର୍ଯ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ଭିକ୍ଷୋଭ ପ୍ରଦର୍ଶନରେ ଶ୍ରମିକ ନେତା ନିର୍ମଳ ସାମଲ, ବିଭବ ଜେନା, ଅଟଳ ଷଡଙ୍ଗୀ, ମାଙ୍ଗିଲାଲ ସାମଲ, ସନ୍ତୋଷ ମହାରଣା, ନିର୍ମଳ ଶତପଥୀ, ପରେଷ ଜେନା, ନାରାୟଣ ସେଠୀ, ସୀତାରାମ ପ୍ରଧାନ, ବିଜନ ଦଳବେହେରା, ମନୋଜ ସ୍ୱାଇଁ, ବିମ୍ବାଧର ସାମଲ, ବାବୁଲି ସେଠୀ, ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 4 =