ବାତ୍ୟାରେ ପ୍ରଭାବିତ ହେବେ ୬୪୯ ଗାଁର ୭ ଲକ୍ଷ ଲୋକ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମୁହାଁଉ ଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାର ୬୪୯ଟି ଗାଁର ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାତ୍ୟା ମୁକାବିଲା ନେଇ ସଚିବସ୍ତରୀୟ ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଲକ୍ଷାଧିକ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଇଛି । ତେଣୁ ଚାଷୀମାନେ ଏବେଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି । ପ୍ରଭାବିତ ଆଶଙ୍କା ଥିବା ୪୦୩ ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ଅଧିକ ସ୍ଥାନାନ୍ତର ପାଇଁ ବିକଳ୍ପ ଭାବେ କୋଠାଗୁଡ଼ିକ ଚିହ୍ନଟ ହୋଇଛି । ଆଶ୍ରୟସ୍ଥଳୀଗୁଡ଼ିକରେ ଏବେ ସଂଗରୋଧ କେନ୍ଦ୍ର କରାଯାଇଛି । ସେଠାରେ ନମୁନା ପରୀକ୍ଷାକୁ ଜୋରଦାର କରାଯାଇ ନେଗେଟିଭ୍ ଚିହ୍ନଟ ବ୍ୟକ୍ତିଙ୍କୁ ଛଡ଼ାଯିବ । ନେଗେଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯିବ ।୧୨ଟି ଉପକୂଳ ଜିଲ୍ଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ଅମ୍ଫାନ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ଆଶଙ୍କା ଦେଖାଯାଇଛି । ୧୮ ତାରିଖ ସକାଳୁ ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ଆଗାମୀ ୨୦ ତାରିଖରେ ସ୍ଥଳଭାଗ ଛୁଇଁପାରେ ।

Leave A Reply

Your email address will not be published.

fourteen − 3 =