ହାତୀ ଉପଦ୍ରବରେ ନଷ୍ଟ ହେଉଛି ଫସଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବହୁ ସମୟରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ ଫଳରେ ବହୁ ଫସଲ ସହିତ ଧନଜୀବନ ନଷ୍ଟ ହେଉଛି ।ନିକଟରେ ଜିଲ୍ଲାର ତିରିଂ ବ୍ଲକର ଉପାନ୍ତ ଗ୍ରାମ ବଡ଼ଭୁଣ୍ଡୁ ଓ ଚାଙ୍ଗୁଆ ଗ୍ରାମରେ ପଡେଶୀ ରାଜ୍ୟର ବଣୁଆ ହାତୀ ପଲ ରାତି ସମୟରେ ଚାଷ ଜମିରେ ପଶି ବ୍ୟାପକ ଫସଲ ଧାନ ଗଛ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି ।ହାତୀ ଉପଦ୍ରବ ଦ୍ୱାରା ସେହି ଗ୍ରାମର ଆଦିବାସୀ ଚାଷୀମାନେ ବହୁ ଦୁଃଖ କଷ୍ଟରେ କାଳତିପାତ କରୁଛନ୍ତି । ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ବିଜୁ ଜନତା ଦଳର ସଦର ସଭାପତି କାଶୀନାଥ ହେମ୍ବ୍ରମ ସେହି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।ହାତୀପଲଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନକୁ ଯାଇ ଚାଷୀମାନଙ୍କୁ ଭେଟି ଘଟଣା ବିଷୟରେ ପଚାରି ବୁଝିଥିଲେ ଏବଂ ସଙ୍ଗେ ସଙ୍ଗେ ସ୍ଥାନୀୟ ବନ ଅଧିକାରୀଙ୍କ ସହ କ୍ଷୟକ୍ଷତିର ସମୀକ୍ଷା କରି ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସୂଚନା ଆନୁଯାୟୀ,ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ବର୍ତୀ ଗ୍ରାମଗୁଡିକରେ ବେହେରା ,ବିଜେଡି ଯୁବନେତା ଗଣେଶ ମିଶ୍ର, ଶିବନାଥ ମାଝୀ, ଗୋବିନ୍ଦ ସରେନ,ବିଜେଡି ନେତା ଦୀପକ ମିଶ୍ର, ଅମିତ ଶର୍ମା, ମୁନ୍ନା ଖାଁ, ସୁଶୀଲ ହେମ୍ବ୍ରମ, ଡୁକା ପୂର୍ତି, ଟିଲୁ ପୂର୍ତି, ସୋନାରୀ ପୂର୍ତି, ଜମ୍ବୀମଣୀ ପୂର୍ତୀ, ବାଲକା ସରେନ, ଛୋଟରାୟ ସରେନ, ବିନ୍ଦୁ ସରେନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + 20 =