ପତକା ଉତୋଳନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର-କୋଭିଡ କଟକଣା ସତ୍ୱେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ପାଳିତ ହେଲା ସ୍ୱାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତକା ଉତୋଳନ କରି ରାଜ୍ୟବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୀର ଯବାନ ଓ କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେଡ ସ୍ଥଳରେ ଆମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧା ଉପସ୍ଥିତ ଥିଲେ । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇଛି ଓ ପ୍ଲାଜମା ବ୍ୟାଙ୍କ ମଧ୍ୟ ରହିଛି । ଅର୍ଥାଭାବରୁ କେହି କରୋନା ଚିକିତ୍ସାରୁ ବଂଚିତ ହେବେ ନାହିଁ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କହିଛନ୍ତି ତାଙ୍କରି ପାଇଁ ଆମ ଦେଶର ମୃତ୍ୟ ହାର କମ ରହିଛି । ଏହି ମହାମାରୀ ସମଗ୍ର ବିଶ୍ୱ ପାଇଁ ସଙ୍କଟ ଆଣି ଦେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ଆଦି କ୍ଷେତ୍ରରେ କୋଟି କୋଟି ଲୋକଙ୍କ ଜୀବିକା ହରାଇଛନ୍ତି । ଭ୍ୟାକ୍ସିନ ଆସି ଆସିଲେ ହିଁ କରୋନା ନିୟନ୍ତ୍ରଣ ହୋଇପାରିବ । ମୋର ବିଶ୍ୱାସ କରୋନା ଶୀଘ୍ର ଦୂର ହେବ । କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଓଡିଶାକୁ ୧୨ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ଓଡିଶା ପୁଞ୍ଜି ନିବେଶରେ ୧ ନମ୍ବରରେ ରହିଛି ।

Leave A Reply

Your email address will not be published.

18 − five =