ଭୁବନେଶ୍ୱର- ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଓଡିଶା ବିଧାନସଭାର ଶେଷ ଅଧିବେଶନ ଗତ ମାର୍ଚ୍ଚ ୩୦ରେ ବସିଥିଲା । ନିୟମ ଅନୁସାରେ ପରବର୍ତୀ ଅଧିବେଶନ ୬ମାସ ମଧ୍ୟରେ ହେବା । ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହିତ କଥା ହୋଇ ତାରିଖ ନିର୍ଦ୍ଧାଣରଣ କରିବୁ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନ କେଉଁଠି ବସିବ ତାହା ମଧ୍ୟ ନିଷ୍ପତି ହୋଇନାହିଁ । କରୋନା ମହାମାରୀ ସମୟରେ କର୍ଣ୍ଣଟକ ଏବଂ ରାଜସ୍ଥାନ ବିଧାନସଭାର ଅଧିବେଶନ ବସିଛି । ଅଧିବେଶସନ ସମୟରେ ସମସ୍ତେ କୋଭିଡ ନିୟମ ପାଳନ କରିବାକୁ ପଡିବ । ସମାଜିକ ଦୂରତ୍ୱ ରକ୍ଷା କରି ଗୃହ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି ।