ଲଘୁଚାପ ବର୍ଷାରେ ଉଜୁଡିଛି ଚାଷ ଜମି


ଭୁବନେଶ୍ୱର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ବହୁ ଫସଲ ନଷ୍ଟ ହୋଇଛି । ଢେଙ୍କାନାଳ, ଭଦ୍ରକ, ମାଲକାଗିରି ଜିଲ୍ଲାର ଅନେକ ଅଂଚଳ ଏବେ ପାଣି ଘେରରେ ରହିଛି । ଯହାକି ଲୋକଙ୍କ ଚିନ୍ତାର କରାଣ ପାଲଟିଛି । ସେପଟେ ଆଜିଠାରୁ ବର୍ଷାର ପରିମାଣ କମିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ କୁହାଯାଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ନିଦେ୍ର୍ଧଶକ ଏଚ.ଆର. ବିଶ୍ୱାସ କହିଛନ୍ତି । ତେଣୁ ଏହି ଜିଲ୍ଲାର ଲୋକଙ୍କୁ ଭୟଭୀତ ନହେବା ପାଇଁ କୁହାଯାଇଛି । ଉତର-ଉତର ଆଭ୍ୟନ୍ତରୀଣ ଓଡିଶାରେ ସାମାନ୍ୟ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.

13 − ten =