ନୂଆଦିଲ୍ଲୀ-  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟକୁ ବଦାଳାଇ ଶିକ୍ଷା ମନ୍ତ୍ରଣାଳୟ କରିବାକୁ  ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି । ଜୁଲାଇ  ୨୯ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ଏଚଆରଡି  ମନ୍ତ୍ରଣାଳୟ ନାମ  ପରିବର୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ନୂଆ  ଶିକ୍ଷା ନୀତିକୁ ଅନୁମୋଦନ ମିଳିବା ପରେ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟନ୍ତ୍ରକ ସଂସ୍ଥା ରହିବ । ଏହା ଦ୍ୱାରା  ଶିକ୍ଷା ବ୍ୟବସ୍ଥାରେ ଥିବା ଅବ୍ୟବସ୍ଥା ଗୁଡିକୁ   ଦୂର କରିହେବ । ଏତଦ୍ ବ୍ୟତିତ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ନ୍ୟାଶନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି ଗଠନ କରିବାକୁ ସ୍ଥିର କରାଯାଇଛି ।