ବାଲିକୁଦା: ଓଡିଶା ମୋଟର ଚାଳକ ସଂଘ ବାଲିକୁଦା ଶାଖାର ୫ ମ ବାର୍ଷିକୋତ୍ସବ ଆଜି ପାଳିତ ହୋଇଯାଇଛି । କୋଭିଡ ୧୯କୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିୟମ ମୁତାବକ ଉତ୍ସବକୁ ନିରାଡମ୍ବର ସହ ପାଳନ କରାଯାଇଥିଲା । ଏହି ଅବସରରେ ସଂଘର ଉପ ସଭାପତି ବିକ୍ରମଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଯୋଗଦେଇ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ପୂର୍ବତନ ସଭାପତି ସେଖ୍ ସଫିଉଲ୍ଲାଙ୍କ ସ୍ଥାନରେ ନୂତନ ସଭାପତି ଭାବେ ବିକ୍ରମଜିତ ପଣ୍ଡାଙ୍କୁ ଚୟନ କରାଯାଇଥିଲା । ଉପସଭାପତି ଭାବେ ଶରତ କୁମାର ମଲ୍ଲିକ, ସମ୍ପାଦକ ଭାବେ ଅକ୍ଷୟ କୁମାର ଦାସ, ସହସମ୍ପାଦକ ଭାବେ ବାବାଜି ପଡିହାରୀ, କୋଷାଧ୍ୟକ୍ଷ ସିଦେ୍ଧଶ୍ୱର ବାରିକ, ସହ କୋଷାଧ୍ୟକ୍ଷ ସରୋଜ କୁମାର ଦାସ, ସାଙ୍ଗଠିକ ସମ୍ପାଦକ ଭାବେ ଦେବେନ୍ଦ୍ର ବେହେରାଙ୍କ ନାମ ଉପସ୍ଥାପନ କରାଯାଇ ନୂତନ କର୍ମକର୍ତା ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ତେବେ ମୋଟର ଚାଳକ ମାନେ ବିଭିନ୍ନ ଝଡ ଝା ସହି ନିଜର ଜୀବନକୁ ଜଳାଳି ଦେଇ ଅନ୍ୟ ମାନଙ୍କୁ ସେବା ଯୋଗାଇ ଆସୁଥିବା ବେଳେ କୋଭିଡ ୧୯ ସେମାନଙ୍କ ରୋଜଗାରର ମାଧ୍ୟମକୁ ଏକ ପ୍ରକାର ବନ୍ଦ କରି ଦେଇଛି ବୋଲି ବ÷÷ଠକରେ ମତ ପ୍ରକାଶ ପାଇଥିଲା । ଅନ୍ୟ ପକ୍ଷରେ ସଙ୍ଘର କାର୍ଯ୍ୟକାରିଣି ସଦସ୍ୟ ଭାବେ ପ୍ରତାପରୁଦ୍ର ସେନାପତି, ଶରତ ମହାନ୍ତି, ପଞ୍ଚାନନ ବାଗ୍, ପ୍ରଫୁଲ ମଲ୍ଲିକ, ପ୍ରତାପ ଲେଙ୍କା, ଧିରେନ୍ଦ୍ର ରାଉତ, ଜଟାଧାରୀ ନାୟକ, ଦିପକ ବାରିକ, ଉପେନ୍ଦ୍ର ଓଝା, ରବିନ୍ଦ୍ର ସାହୁ, ରାକେଶ ଦାସଙ୍କୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଏହି ନୂତନ କର୍ମକର୍ତା ଚୟନ ପ୍ରକ୍ରୀୟାକୁ ଜିଲ୍ଲା ସଭାପତି ଅରୁଣ କୁମାର ମହାନ୍ତି ସ୍ୱାଗତ କରିଛନ୍ତି ।