ସାର ପାଇଁ ଚାଷୀ ବାରଦୁଆର

ଚମ୍ପୁଆ: କୃଷକର ଉନ୍ନତି ପାିଁଇ ସରକାର ବହୁବିଧ ଯୋଜନା କରିତôବା ବେଳେ ଚାଷୀର ଅତି ଆବଶ୍ୟକ ସାର ଆବଶ୍ୟକ ବେଳେ ମିଳୁ ନ ଥିବାରୁ ଚାଷୀ ସାର ସଂଗ୍ରହ ପାଇଁ ବାର ଦୁଆର ହେଉ ଥବବାଦେଖିବାକୁ ମିଳୁଛି । ପୂର୍ବରୁ ଚମ୍ପୁୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସାର ଗୋଦାମ ରହିଛି । ଏହି ସାର ଗୋଦାମରୁ ସାର ନେଇ ଚାଷୀ ତାର ଚାଷ ପାଇଁ ସାର ନେବାକୁ ସୁବିଧା ହେଉଥିଲା ।ବର୍ତମାନ ଗୋଦାମ ଗୃହକୁ ସାର ବୋଝେଇ ଗାଡି ରାସ୍ତା ନ ଥିବାରୁ ପହଞ୍ଚି ପାରୁ ନାହିଁ । ଏଠାରେ ସୂଚନା ଯୋଗ୍ୟକିୁ ୨୦୧୭ ମସିହାରେ ଚମ୍ୁଆରେ ସାର ଗଛିତ ରଖିବା ପାଇଁ ମାର୍କଫେଡ ତରଫରୁ ଚମ୍ପୁ୍ୁଆ କାଳନ୍ଦୀ ସାହିରେ ଗୋଦାମ କରିବାକୁ ଆବେଦନ କରିଥିଲେ । ସେଠାରେ ୧୦୦୦ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ସାର ନିର୍ମାଣ କରିବାକୁ ଥିବା ପ୍ରସ୍ତାବ ଦେଇଥିଲେ ବତମାନ ତାହା ପ୍ରସ୍ତାବରେ ସିମିତ ରହିଯାଇଛି । ସେଠାରେ ଗୋଦାମ ଗୃହ ନିର୍ମାଣ କରାଯାଇ ଥିଲେ ସାର ଅଭାବ ରହି ନଥାନ୍ତା ଆବଶ୍ୟକ ବେଳେ ଚାଷୀ ସେଠାରୁ ସାର ନେଇ ପାରଥାନ୍ତେ । ଏଥି ପାଇଁ କାଳନ୍ଦୀ ସାହିରେ ଖାତା ନଂ ୫୪୮ ପ୍ଲଟନଂ ୧୧୧୯ ର ୪୫ ଡେସିମିଲ ଜମିରେ ଗୋଦାମ କରିବାକୁ ଆବେଦନ କରାଯାଇ ଥିଲା କିନ୍ତୁ ଜମିର କିସମ ପରିବର୍ତନ ପାିଁଇଁ ବିଳମ୍ବ ହେଉ ଥିବା ଜଣାଯାଇଛି । ବିଳମ୍ବ ହେଉ ଥିବା କାରଣରୁ ଚାଷୀଙ୍କୁ ସାର ବ୍ୟବସ୍ଥା କରିବା ପାିଁ ପୂର୍ବରୁ ଥିବା ଗୋଦାମରେ ସାର ଗଛିତ ରଖି ରାସ୍ତା ନିମାଣ କରି ସାର ଯୋଗାଇ ଦେବାକୁ ସାଧାରଣେ ଦାବୀ ହେଉଛି ।

Leave A Reply

Your email address will not be published.

4 − one =