ସ୍ୱାମୀକୁ କୁରାଢୀରେ ହାଣି ମାରିଲା ସ୍ତ୍ରୀ

ବାଲିକୁଦା: ସ୍ୱାମୀକୁ କୁରାଢୀରେ ହାଣି ହତ୍ୟା କରିଛି ସ୍ତ୍ରୀ । ଏଭଳି ଏକ ଅଭାନୀୟ ଘଟଣା ବାଲିକୁଦା ଥାନା ଅରିଲୋ ପଞ୍ଚାୟତ ସଦେଇପୁର ଗାଁରେ ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ମିଳିଥିବା ସୂଚନା ମୁତାବକ ଉକ୍ତ ଗାଁର ପିତାମ୍ବର ସାମଲଙ୍କ ସାନ ପୁଅ ସୁଶାନ୍ତ (କାଳିଆ)(୩୦) ନିକଟସ୍ଥ ଅରିଲୋ ଗାଁର କକ୍ଷ୍ମିଧର ସେଠୀଙ୍କ ଝିଅ କବିତା (୨୫)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟ କିଛି ଦିନ ନିଜ ଘରେ ଶାନ୍ତି ଶୃଙ୍ଖଳାର ସହ ରହିଲେ । ବିବାହର କିଛି ଦିନ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ଏହା ପରେ ଏମାନେ ଘରୁ ଚାଲି ଆସି ଅରିଲୋ ପଞ୍ଚାୟତ କାର୍ଯ୍ୟାଳୟ ପଛ ପାଖରେ ଥିବା ଏକ ସରକାରୀ ଜମିରେ ଅସ୍ଥାୟୀ ଘର କରି ରହିଲେ । ଏମାନଙ୍କର ୧୦ ଓ ୮ ବର୍ଷର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ଏମାନଙ୍କ ମଧ୍ୟରେ ସବୁ ବେଳେ କଳି ଲାଗି ରହୁଥିବାରୁ ପିଲା ଦୁଇଟିଙ୍କୁ ଦୁଇ ବଡବାପା ଓ ବଡ ମା’ ନେଇ ପାଖରେ ରଖୁଥିଲେ । ରାତିରେ ଊଭୟ ସ୍ୱାମୀ ସ୍ତ୍ରୀ ସେହି ଘରେ ଥିଲେ । ସ୍ୱାମୀ ଶୋଇ ପଡିବା ଘରେ ଥିାବ ଏକ କୁରାଢି ଆଣି କାଲିଆର ମୁଣ୍ଡ କାନମୁଣ୍ଡାକୁ କବିତା ଏକ ଶକ୍ତ ପ୍ରହାର କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ କାଲିଆର ମୃତ୍ୟୁ ଘଟିଥିଲା । ସେତେବେଳକୁ ରାତି ପ୍ରାୟ ୨ ଟା । ଘଟଣା ଘଟାଇ ସାରିବା ପରେ କୁରାଢୀକୁ ନେଇ ଏକ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲା । ପରେ ଖବର ପାଇ ବାଲିକୁଦା ଥାନାଧିକାରୀ ସର୍ବେଶ୍ୱର ବେହେରା ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରିଣି କୁ ଧରି ଥାନାକୁ ଆଣି ଅଟକ ରଖିଛନ୍ତି । ହତ୍ୟରେ ବ୍ୟବହୃତ କୁରାଢୀକୁ ମଧ୍ୟ ଜବତ କରାଯାଇଛି । ପରେ ଏସଡିପିଓ ପି୍ରୟରନ ଶତପଥି ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ । ବାଲିକୁଦା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହତ୍ୟାକାରୀ କବିତା ସ୍ୱାମୀକୁ ଏକା ହତ୍ୟା କରିଛି ନା ଏଥିରେ ତାକୁ ଅନ୍ୟ କେହି ସାହାଯ୍ୟ କରିଛନ୍ତି ବା ସାମିଲ ଅଛନ୍ତି ତାକୁ ନେଇ ପୁଲିସ ଅଧିକ ଖୋଳ ତାଡ଼ ଆରମ୍ଭ କରିଛି । ବାଲିକୁଦା ଥାନାରେ ୧୭୬/୨୦ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ପିତାମ୍ବର ମୁଦୁଲି ତଦନ୍ତଭାର ବହନ କରିଛନ୍ତି ।

Leave A Reply

Your email address will not be published.

19 − sixteen =