କରୋନା ଟିକାର ଫେଜ-୩ ଟ୍ରାଏଲ


ନୂଆଦିଲ୍ଲୀ- ଅକ୍ସଫୋର୍ଡ ବ୍ରିଟେନରେ ପ୍ରସ୍ତୁତ କରୁଥିବା କରୋନା ଟିକାର ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହେବାକୁ ଯାଉଛି । ଫେଜ-୩ ଟ୍ରାଏଲ ଶେଷ ହେବା ପରେ ଭାରତରେ ଅକ୍ସଫୋର୍ଡର କରୋନା ଟିକା କୋଭିସିଲଡ ଉତ୍ପାଦନ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ୨୦ ଟି ସ୍ଥାନରେ କୋଭିସିଲଡର ଫେଜ-୩ ଟ୍ରାଏଲ ଆରମ୍ଭ ହେବ । ମହାରାଷ୍ଟ୍ର, ପୁଣେ ମୁମ୍ବାଇ, ଗୁଜୁରାଟ ଓ ଅହମଦାବାଦ ଭଳି ବିଭିିନ୍ନ ରାଜ୍ୟ ରହିଛି । ଏହି ପରୀକ୍ଷାରେ ୧୬ ଲୋକ ସାମିଲ ହେବେ । ବ୍ରିଟେନରେ ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସରିଛି ଓ ଶେଷ ପର୍ଯ୍ୟାୟ ବିଟ୍ରେନରେ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଯେଉଁମାନେ କରୋନା ଭାଇରସ ସଂସ୍ପର୍ଶରେ ଆସି ନାହାନ୍ତି ସେମାନଙ୍କୁ ପ୍ରଥମ ଏହି ଟିକା ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଂଟ ଲାଇନ କରୋନା ଯୋଦ୍ଧାଙ୍କୁ ଦିଆଯିବ ।

Leave A Reply

Your email address will not be published.

seventeen + four =