କରୋନା ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତି


ଭୁବନେଶ୍ୱର- ଏଣିକି କରୋନା ଚକିତ୍ସାର ତଦାରଖ କରିବେ ଟେକ୍ନିକାଲ କମିଟି । ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରକୁ ନେଇ ଏହି ଟେକ୍ନିକାଲ କମିଟି ଗଠନ କରାଯାଇଛି । ଏହି ଟମିର ସଦସ୍ୟ ୩୦ ଜିଲ୍ଲା ଗ୍ରସ୍ତ କରି କରୋନା ଚିକିତ୍ସାର ତଦାରଖ କରିବେ । ଯାହାଫଳରେ କରୋନା ଚିକିତ୍ସା ଅଧିକ ଫଳପ୍ରଦ ହୋଇପାରିବ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ କରି ହେବ । ଭିଡିଓ କନଫେରନ୍ସିଂ ଜରିଆରେ କୋଭିଡ ପରିସ୍ଥିତି ସମୀକ୍ଷା କରିବା ପରିପେକ୍ଷିରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଖୋର୍ଦ୍ଧା, କଟକ,ରାୟଗଡା ଓ ସୁନ୍ଦରଗଡରେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମିତଙ୍କ ସଂଖ୍ୟା କିପରି ହ୍ରାସ ପାଇବ ସେ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଏ ନେଇ ସ୍ୱସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

17 + two =