ବିଶ୍ୱ ମାନବତା ଦିବସ

ଜାତି ସଂଘ ର ସାଧାରଣ ପରିଷଦର ଅନୁମୋଦନକ୍ରମେ ୨୦୦୯ରୁ ଅଗଷ୍ଟ ୧୯ରେ ବିଶ୍ୱ ମାନବତା ଦିବସ ବା ଇଂରାଜୀରେ ୱାର୍ଲଡ ହ୍ୟୁମାନିଟାରିଅନ୍ ଡେ ପାଳନ କରାଯାଉଛି । ବିଶ୍ୱର ଶତାଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି । ତେବେ ବିଶ୍ୱ ଶାନ୍ତି ତଥା ମାନବତାର କରୁଥିବା କର୍ମୀମାନଙ୍କୁ ସ୍ୱୀକୃତି ଦେବା ତଥା ଏ କ୍ଷେତ୍ରରେ କାର୍ଯ୍ୟ କରି ପ୍ରାଣ ହରାଉଥିବା ସକ୍ରିୟତାବାଦୀଙ୍କୁ ସମ୍ମାନ ଦେବା, ସେମାନଙ୍କ ସ୍ମୃତିଚାରଣ, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ୨୦୦୩ ଅଗଷ୍ଟ ଏହି ଦିନରେ ଇରାକର ରାଜଧାନୀ ବାଗଦାଦରେ ବିଭିନ୍ନ ଦେଶର ମୋଟ ୨୧ ଜଣ ମାନବବାଦୀ କର୍ମୀ ପ୍ରାଣ ହରାଇଥିଲେ । ଜାତି ସଂଘ ର ସାଧାରଣ ସଚିବଙ୍କ ପ୍ରତିନିଧି ଭାବେ ସେମାନେ ବ୍ରାଜିଲ୍ର ମାନବବାଦୀ କର୍ମୀ ସର୍ଜିଓ ଭିଏରୀ ଡି ମେଲୋଙ୍କ ନେତୃତ୍ୱରେ ବାଗଦାଦ ଯାଇଥିଲେ । ବାଗଦାଦସ୍ଥିତ ଜାତି ସଂଘ କାର୍ଯ୍ୟାଳୟ ଉପରେ ସେହି ଦିନ ବୋମା-ମାଡ ହୋଇଥିଲା ଏବଂ ଦୁର୍ଭାଗ୍ୟବଶତଃ ସେମାନେ ପ୍ରାଣ ହରାଇଥିଲେ । ସେମାନଙ୍କ ସ୍ମୃତିରେ ଏହି ଦିନକୁ ବିଶ୍ୱ ମାନବତା ଦିବସ ଭାବେ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ।

Leave A Reply

Your email address will not be published.

fourteen + 17 =