ଭୁବନେଶ୍ୱର- ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ । ପାସ ହାର ୭୪.୯୫% ପ୍ରତିଶତ ରହିଛି । ଚଳିତ ବର୍ଷ ଝିଅଙ୍କୁ ପଛରେ ପକାଇ ପୁଅମାନେ ବାଜିମାତ କରିଛନ୍ତି । ମୋଟ ୨୫,୭୭୨ ଜଣ ଛାତ୍ରଛାତ୍ରୀ  ପରୀକ୍ଷା  ଦେଇଥିଲେ । ସେମାନଙ୍କ  ମଧ୍ୟରୁ ୧୯,୩୧୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୨,୨୧୫ ପୁଅ ଓ  ୭,୧୦୩ ଝିଅ ଅଛନ୍ତି ।   ୨୯ ଟି କଲେଜର ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିଥିବା ବେଳେ ୨ ଟି  କଲେଜରେ କୈଣସି ପିଲା ପାସ କରି ନାହାନ୍ତି । ନୟାଗଡ ସବୁଠାରୁ ଭଲ ରେଜଲ୍ଟ କରିଥିବା ବେଳେ ଦେବଗଡ ସବୁଠାରୁ ପଛରେ ଅଛି । ପ୍ରଥମ  ଶ୍ରେଣୀରେ ୬୬୧୦ ଜଣ ପାସ୍  କରିଥିବା ବେଳେ   ଦ୍ୱିତୀୟରେ ୪୨୫୯ ଓ ତୃତୀୟ ଶ୍ରେଣୀରେ ୮୩୬୧ ଛାତ୍ରଛାତ୍ର ପାସ କରିଛନ୍ତି ।