ନୂଆଦିଲ୍ଲୀ- ଜମ୍ମୁକଶ୍ମୀର ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହା ଛଡା ରାଜ୍ୟ ସରକାର ସହିଦ ପରିବାରୁ ଜଣଙ୍କୁ ସରକାରୀ ଚାକିର ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଅଗଷ୍ଟ ୧୭ ତାରିଖରେ ଜମ୍ମୁକାଶ୍ମୀର ପୁଲିସର ଦୁଇ ଜଣ ସିଆରପିଏଫ ଯବାନ ଏବଂ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ।