ବାଲେଶ୍ୱର- ଫୁଲୁଛି ଜଳକା ନଦୀ । ରାଜ୍ୟରେ  ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁୁ ବିପଦ ସଂକେତ  ଅବସ୍ଥାରେ ଜଳକା ନଦୀ । ଜଳପା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଂଚଳରେ ଗତକାଲି ଠାରୁ  ବର୍ଷା ଲାଗି ରହିଛି । ଫଳରେ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଜଳକା ନଦୀ ବ୍ୟତିତ ଅନ୍ୟ କୌଣସି ନଦୀରେ ଏବେ ବନ୍ୟା  ସ୍ଥିତି  ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ।