ଯାଜପୁର ଜିଲ୍ଲାରେ ଆରୋଗ୍ୟ ହାର ୭୬.୭ %

ଯାଜପୁର: ଜ଼ିଲ୍ଲାରେ ଅଧିକ ଟେଷ୍ଟିଂ କରାଯିବା ଏକ ସୁନ୍ଦର ପଦକ୍ଷେପ । ଏହାଦ୍ୱାରା ଆମର ଟ୍ରାକିଂ ଓ ଟ୍ରିଟମେଣ୍ଟ ସହଜ ହୋଇପାରିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଜ଼ିଲ୍ଲାରେ କରୋନା ପରିଚାଳନା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜ଼ିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ପର୍ଯ୍ୟବେକ୍ଷକ ଶ୍ରୀ ଶର୍ମା ଜ଼ିଲ୍ଲାରେ କରୋନାର ସ୍ଥିତି , ଗ୍ରହଣ କରାଯାଇଥିବା ପଦକ୍ଷେପ, ଚିକିତ୍ସା ବ୍ୟବସ୍ଥା, କୋଭିଡ କେୟାର ହୋମ, କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଓ ସମୀକ୍ଷା କରିଥିଲେ । ଜ଼ିଲ୍ଲାରେ ବର୍ତମାନ ପଜିଟିଭ ସଂଖ୍ୟା ୨୧୪୨ ଥିବାବେଳେ ସୁସ୍ଥ ହେଲେଣି ୧୬୩୧ ଜଣ । ଜ଼ିଲ୍ଲାରେ ସୁସ୍ଥତା ହାର ୭୬.୭ ରହିଚ୍ଥି । ବର୍ତମାନ ଆକ୍ଟିଭ ପଜିଟିଭ ଥିବା ୫୦୧ ଜଣଙ୍କ ମଧ୍ୟରୁ ଘରେ ରହି ୮୦ ଜଣ ଚିକିତ୍ସଛିତ ହେଉଥିବା ବେଳେ କୋଭିଡ କେୟାର କେନ୍ଦ୍ରରେ ଓ ଡୁବୁରୀ ମେଡିକା ହସ୍ପିଟାଲରେ ଅବଶିଷ୍ଟ ଚିକିତ୍ସଛିତ ହେଉଚ୍ଥନ୍ତି । ଯେହେତୁ ଟେଷ୍ଟିଂ ଅଧିକ ହେଉଚ୍ଥି ଓ ଅଧିକ ପଜିଟିଭ ବାହାରିବାର ଦେଖାଯାଉଚ୍ଥି ; ତେଣୁ ସରକାରଙ୍କର ଗାଇଡ୍ଲାଇନ୍ ଅନୁସାରେ ଯେଉଁମାନଙ୍କର ଘରେ ରହିବା ସୁବିଧା ରହିଚ୍ଥ୍ରି ସେମାନଙ୍କୁ ହୋମ୍ ଆଇସୋଲେସନ ବା ଘରେ ରହି ଚିକିତ୍ସଛିତ ହେବା ଆବଶ୍ୟକ । ଲକ୍ଷଣ ବିହୀନ ପଜିଟିଭ ବ୍ୟକ୍ତି ମାନଙ୍କର ଘରେ ସୁବିଧା ଥିଲେ ସେମାନେ ଘରେ ରହିବା ଉଚିତ ବୋଲି ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀମାନେ ଲୋକ ମାନଙ୍କୁ ଅବଗତ କରାଇବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ । ଏ କ୍ଷେତ୍ରରେ ବ୍ୟାପକ ପ୍ରଚାର ପ୍ରସାର କରି ଲୋକ ମାନଙ୍କୁ ସଚେତନ କରିବାକୁ ସେ ନିଦେ୍ର୍ଧଶ ଦେଇଥିଲେ । ଜ଼ିଲ୍ଲାରେ ୧୬୧ ଗୋଟି କଣ୍ଟେନ୍ମେଣ୍ଟ ଜୋନ ହୋଇଥିବା ବେଳେ ବର୍ତମାନ ୪୦ ଟି ବଳବତର ରହିଚ୍ଥି । ଜ଼ିଲ୍ଲାରେ ପ୍ରତି ୧୦ ଲକ୍ଷରେ ଶୂନ ରୁ ୧୪ ବର୍ଷ ପର୍ଯ୍ୟନ୍ତ ୨.୪ ଭାଗ, ୧୫ ରୁ ୫୯ ବୟସ ପର୍ଯ୍ୟନ୍ତ ୧୬.୧ ଭାଗ ଓ ୬୦ ରୁ ଉର୍ଦ୍ଧ୍ୱ ୧୨ ଭାଗ ପଜିଟିଭ ଚିହ୍ନଟ ହୋଇଚ୍ଥନ୍ତି । ବର୍ତମାନ ସୁଦ୍ଧା ଜ଼ିଲ୍ଲାରେ ୪୨୨୪୧ ଟେଷ୍ଟିଂ କରାଯାଇଚ୍ଥି । ତା ମଧ୍ୟରେ ଆର.ଟି.ପି.ସି.ଆର. ୨୫୮୩୧, ଆଣି୍ଟଜେନ୍ ୧୬୩୭୫ ଓ ଟ୍ରୁନାଣ୍ଟରେ ୩୫ ରହିଚ୍ଥି । ତେବେ ଆର.ଟି.ପି.ସି.ଆର. ରେ ୬.୩ ହାରରେ ୧୬୧୬ , ଆଣି୍ଟଜେନ୍ରେ ୩.୨ ହାରରେ ୫୨୦ ଓ ଟ୍ରୁନାଣ୍ଟରେ ୧୭.୧ ହାରରେ ୬ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଚ୍ଥି । ଦଶରଥପୁର, ରସୁଲପୁର, ବିଂଝାରପୁର ଓ ବରୀରେ ଅଧିକ ପଜିଟିଭ୍ ଆସୁଥିବାରୁ ସେହି ବ୍ଳ୍କ ଗୁଡିକୁ ଅଧିକ ଗୁରୁତ୍ୱ ଦିପାଯାଉଚ୍ଥି । ଅପର ପକ୍ଷରେ ମହିଳାଙ୍କ ତୁଳନାରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଚ୍ଥି । ଅଧିକ ପଜିଟିଭ ବାହାରୁଥିବା ବ୍ଳ୍କ ମାନଙ୍କୁ ଗୁରୁତ୍ୱ ଦେଇ ଟେଷ୍ଟିଂ ବଢାଇବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ପର୍ଯ୍ୟବେକ୍ଷକ ସହରାଂଚଳ ଗୃହ ନିର୍ମାଣ ନିଦେ୍ର୍ଧଶକ ସୁରେଶ ଚନ୍ଦ୍ର ଦଳାଇ ପଜିଟିଭ୍ ବ୍ୟକ୍ତି ମାନଙ୍କର ଗୃହରେ ରହି ଚିକିତ୍ସା ଓ ଅନ୍ୟ ମାନଙ୍କୁ କୋଭିଡ କେୟାର କେନ୍ଦ୍ରରେ ଓ ହସ୍ପିଟାରେ ରଖି ଚିକିତ୍ସା ସଂପର୍କରେ ମତ ରଖିଥିଲେ । ଜ଼ିଲ୍ଲାପାଳ ରଂଜନ କୁମାର ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜ଼ିଲ୍ଲାରେ କରୋନା ପରିଚାଳନା ସଂପର୍କରେ ମତ ରଖିଥିଲେ । ନିୟମିତ ଭାବେ ସରକାରଙ୍କର ମାର୍ଗଦର୍ଶିକା ଓ କୋଭିଡ ପରିଚାଳନାକୁ ବି.ଡି.ଓ., ମେଡିକାଲ ଅପିଂସର, ସରପଂଚ ଇତ୍ୟାଦି ମାନଙ୍କ ସହ ଭିଡିଓ କନ୍ପଂରେନ୍ସି ମାଧ୍ୟମରେ ଆଲୋଚନା କରି ପଦକ୍ଷେପ ନିଆଯାଉଚ୍ଥି ବୋଲି ସେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତି ଜ଼ିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ , ଯାଜପୁର ଅତିରିକ୍ତ ଜ଼ିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜ଼ିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ଏପିଡେମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର, ଅନ୍ୟାନ୍ୟ ପ୍ରୋବେସନର ଓ.ଏ.ଏସ୍. ଓ ଓ.ଆର.ଏସ୍. ଅପିଂସରମାନେ ଏଥିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 − 3 =