ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବାଣିଜ୍ୟ ଛାତ୍ର ବିଶାଳ ଚୌଧୁରୀ ୯୦ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ତ୍ରୟୋଦଶ ସ୍ଥାନରେ ରହିଛନ୍ତି । ସର୍ବମୋଟ ୬୦୦ରୁ ୫୪୫(୯୦.୮୩%) ନମ୍ବର ରଖି ଆଶାନୁରୂପକ ସଫଳତା ପାଇଛନ୍ତି । ଏତଦ୍ବ୍ୟତୀତ ଅନିଶ ପ୍ରଧାନ, ଅଭିଷେକ ପ୍ରଧାନ, ବର୍ଷାରାଣୀ ନାଏକ, ଜୁବୁଲି ବଢେ଼ଇ, ପ୍ରିୟଙ୍କା ପଧାନ, ରାଜାରାମ ବଢେ଼ଇ, ଅଭିଜିତ ରାଉତ, ଅର୍ପିତା ନାଏକ, ଟ୍ୱିଙ୍କଲ ସାହୁ ପ୍ରମୁଖ ୧୦ ଜଣ ଛାତ୍ରଛାତ୍ରୀ ୫୦୦ରୁ ଊଦ୍ଧ୍ୱର୍ ନମ୍ବର ରଖିଥିବାବେଳେ ୧୫ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ନମ୍ବର ରଖି ସମ୍ବଲପୁର ବିକାଶ କେମ୍ପସର ସମ୍ମାନ ଓ ଗୌରବ ଅକ୍ଷୁଣ୍ଣ ରଖିଛନ୍ତି । ସର୍ବମୋଟ ୫୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ, ୨ଜଣ ଛାତ୍ର ଦ୍ୱିତୀୟ ସ୍ଥାନ ଏବଂ ୪ଜଣ ଛାତ୍ରଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରାୟ ୯୦ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ପରୀକ୍ଷାର ଫଳାଫଳଠୁ ଏହି ପରୀକ୍ଷାର ଫଳାଫଳରେ ଅଗ୍ରଗତି କରିଛନ୍ତି । ପ୍ରାୟ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉନ୍ନୀତ ହୋଇଛନ୍ତି । ଏହି ଅବସରରେ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ କୁମାର ବାବୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ଉତ୍ତରୋତ୍ତର କାମନା କରିବା ସହ ସଂପୃପ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବିକାଶ ଶିକ୍ଷାନୁଷ୍ଠାନର ଚେୟାରମେନ୍ ଶ୍ରୀଯୁକ୍ତ ଡି. ମୁରଲୀକ୍ରିଷ୍ଣା, କାର୍ଯ୍ୟନିର୍ବାହୀ ପରିଚାଳକ ଶ୍ରୀଯୁକ୍ତ ଜି. ଭାସ୍କର ରାଓ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଡି. ନାଗେଶ୍ୱର ରାଓ, ଭି. ଶ୍ରୀନିବାସ, ଡାଇରେକ୍ଟର ଡ. ସମରେନ୍ଦ୍ର ନାଥ ପଣ୍ଡା ଏବଂ ବିକାଶ କନ୍ସେପ୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରନ ପତି, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ପୁଷ୍ପିତା ପଣ୍ଡା ଏବଂ ସମସ୍ତ ଅଭିଭାବକ ଓ ଅଭିଭାବିକାଙ୍କୁ କଲେଜ ଅଧ୍ୟକ୍ଷ ହୃଦୟରୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।