କୋଭିଡ ହସ୍ପିଟାଲ ଗସ୍ତ କରିବେ ମେଡିକାଲ କଲେଜର ଡିନ୍

ଭୁବନେଶ୍ୱର: ରାଜ୍ୟର ମେଡିକାଲ କଲେଜର ଡିନ୍ ସପ୍ତାହରେ ଅତିକମ୍ରେ ଥରେ କୋଭିଡ ହସ୍ପିଟାଲକୁ ପରିଦର୍ଶନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାର କୋଭିଡ ଜନିତ ମୃତୁ୍ୟକୁ କମାଇବା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ମେଡିକାଲ କଲେଜ ଡିନ୍ଙ୍କ କୋଭିଡ ହସ୍ପିଟାଲ ସେଂଟରକୁ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ, ପୂର୍ବରୁ ୭ଟି ମେଡିକାଲ କଲେଜରେ ୩୦ଟି ଜିଲ୍ଳାରେ କୋଭିଡ ସାହୟତା ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଛି । ତେଣୁ ଏହି ବୈଷୟିକ କମିଟି ବିଭିନ୍ନ ଜିଲ୍ଳା ଗସ୍ତ କରିବା ପୂର୍ବରୁ ଏ ସଂପର୍କରେ ସଂପୃକ୍ତ ଜିଲ୍ଳାର ଜିଲ୍ଳା ଗସ୍ତ କରିବା ପୂର୍ବରୁ ଏ ସଂର୍କରେ ସଂପୃକ୍ତ ଜିଲ୍ଳାର ଜିଲ୍ଳାପାଳଙ୍କୁ ଏ ନେଇ ସୂଚନା ପ୍ରଦାନ କରିବେ । କମିଟିର ଗସ୍ତ ସମୟରେ ସ୍ୱୀକୃତିପ୍ରାପ୍ତ ମେଡିକାଲ ଅଧିକାରୀ ବା ଏଏମ୍ଓ ଉପସ୍ଥିତ ରହିବେ । ଗସ୍ତ ବାବଦ ଖର୍ଚକୁ କମିଟି ଜନସ୍ୱାସ୍ଥ୍ୟ ରେସପନ୍ସ ପାଣ୍ଠିରୁ ଭରଣା କରିପାରିବେ । କମିଟି କୋଭିଡ ସ୍ୱାସ୍ଥ୍ୟନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ଓ ନିରାକରଣ ନିୟନ୍ତ୍ରଣ ବା ଆଇପିସି ସହିତ ପରିବା, ଖାଦ୍ୟ ଓ ମୃତଦେହକୁ କିଭଳି ଢ଼ଙ୍ଗରେ କରାଯିବ ତାହାର ସମୀକ୍ଷା କରିବା ପାଇଁ କୁହାଯାଇଛି । ହସ୍ପିଟାଲରେ ରୋଗୀଙ୍କୁ କେଉଁଭଳି ଚିକିତ୍ସା ପ୍ରଦାନ କରାଯାଉଛି ସେ ସଂପର୍କରେ ରୋଗୀଙ୍କ ଠାରୁ ସିଧାସଳଖ ମତାମତ ନେଇପାରିବେ । ଏହି ସମୟରେ ଚିକିତ୍ସାରେ ଯଦି କେଉଁଠାରେ ଅବହେଳା ହେଉଥିବା ନଜରକୁ ଆସିବ ଏଥିରେ ସୁଧାର ପାଇଁ ପ୍ରସ୍ତାବ ଦେବା ସହିତ ଗସ୍ତ ସମ୍ବନ୍ଧିତ ସବିଶେଷ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି । ଏହାସହ କରୋନା ଜନିତ ମୃତ୍ୟୁକୁ କମାଇବା ଲାଗି ନୂତନ ଔଷଧର ବ୍ୟବହାର ଓ ପ୍ଲାଜ୍ମା ଚିକିତ୍ସା ନେଇ ଗୁରୁତ୍ୱ ଦେବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

fifteen − nine =