ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଏବଂ ସମସ୍ତ ରେଳମଣ୍ଡଳ ମାନଙ୍କ ଠାରେ ସଦଭାବନା ଦିବସ ପାଳନ କରାଯାଇଛି । ରେଳପଥର ମହା ପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନେ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହ ହିଂସା ବିିନା ବାର୍ତାଳପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦକୁ ଦୁରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ନେଇଥିଲେ ।