ନୂଆଦିଲ୍ଲୀ- ଅତ୍ୟାଧୁନିକ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ପାଇଁ ହୋଇଥିବା ଟେଣ୍ଡର ବାତିଲ ପରେ ଚୀନକୁ ଆଉ ଏକ ଝଟକା ଲାଗିଛି । ସପ୍ତାହେ ମଧ୍ୟରେ ନୂଆ ଟେଣ୍ଡର କରାଯିବ ଓ ମେକ ଇନ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ । ଏହି ଟେଣ୍ଡରରେ ଚୀନର ସହଭାଗିଦାରୀ ସିଆରଆରସି ପାଓନିୟର ଇଲେକ୍ଟ୍ରକିକ ପ୍ରାଇଭେଟ ଲିମିଟେଡ କାପାଂନୀ ସାମିଲ ହୋଇଥିଲା । ତେଣୁ ଟେଣ୍ଡରକୁ ବାତିଲ କରାଗଲା । ୪୪ଟି ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ଟେଣ୍ଡରକୁ ରଦ୍ଧ କରି ଦିଆଯାଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଚେନ୍ନାଇ ସ୍ଥିତ ଭାରତୀୟ ରେଳର ଇଂଟ୍ରିଗାଲ କୋଚ ଫ୍ୟାକ୍ଟ୍ରି ପକ୍ଷରୁ ୪୪ ଟି ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।