କେରାପୁଟ : ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେବ ଅସୁସ୍ଥ ଥିବା ଜୟରାମ ପାଙ୍ଗି କରୋନା ପରୀକ୍ଷା କରାଇଥିଲେ। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଗୃହ ସଙ୍ଗରୋଧରେ ରହିଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକମାନଙ୍କୁ ସେ କରୋନା ପରୀକ୍ଷା କରିବାପାଇଁ ପରାମର୍ଶ ଦେଇଛନ୍ତି।