ସ୍ୱାମୀ ଓ ପିଲାଙ୍କୁ ମାରି ଡାକ୍ତରାଣୀଙ୍କ ଆତ୍ମହତ୍ୟା!

ନାଗପୁର: ମହାରାଷ୍ଟ୍ର ନାଗପୁର ଏକ ଅଭାବନୀୟ ଘଟଣା ବୁଧବାର ଜଣାପଡିଛି । ଜଣେ ମହିଳା ଡାକ୍ତର ନିଜ ସ୍ୱାମୀ ଓ ୨ଛୁଆଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଡାକ୍ତରଙ୍କ ସ୍ୱାମୀ ଜଣେ ଇଞ୍ଜିଂନିୟରିଂ କଲେଜର ଚାକିରୀ କରିଥିଲେ ।
ତାଙ୍କ ୨ ଛୁଆଙ୍କ ବୟସ ଯଥାକ୍ରମେ ୧୧ଓ ୫ ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ଏହା ଗତକାଲିର ଘଟଣା । ମହିଳାଙ୍କ ସ୍ୱାମୀ ଓ ୨ ଛୁଆଙ୍କ ମୃତ ଦେହ ଶୋଇବା ଘରୁ ମିଳିଥିବା ବେଳେ ମହିଳାଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ସହ ଅନ୍ୟ ଜଣେ ବୃଦ୍ଧ ମହିଳା ରହୁଥିଲେ ।
ତାଙ୍କ ମତାନୁଯାୟୀ ସେ କବାଟ ବାଡେଇବାରୁ କେହି ଜବାବ ଦେଇନଥିଲେ । ପରେ ସେ ଦେଖିଲେ ସମସ୍ତଙ୍କ ମୃତଦେହ ପଡି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

five + 10 =