ଦୂତୀ-ଅର୍ଜୁନ

ଓଡ଼ିଶାର ଚର୍ଚ୍ଚିତ ଆଥଲେଟ୍ ଦୂତୀ ଚାନ୍ଦ ଏବେ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟାବିବେଚିତ ହୋଇଛନ୍ତି ଏବଂ ଆଉ ୬ ଦିନ ପରେ ୨୯ ତାରିଖ ଦିନ ସେ ଉକ୍ତ ପୁରସ୍କାର ପାଇବେ । ସବୁ ବର୍ଷ ଭଳି ଏଥର କ୍ରୀଡା ପୁରସ୍କାର ପ୍ରଦାନ ଉସôବ କରୋନା ମହାମାରୀ ଯୋଗୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାରେ କାର୍ଯ୍ୟକ୍ରମ ନାହିଁ । ତେଣୁ ଉକ୍ତ ପୁରସ୍କାର ଭର୍ଚୁଆଲି ଦିଆଯିବା ନିଶ୍ଚିତ । ଏହା ପୂର୍ବରୁ ମଧ୍ୟ ଏ ରାଜ୍ୟର ଏକାଧିକ କ୍ରୀଡାବିତ୍ ଏହି ପୁରସ୍କାର ପାଇସାରିଛନ୍ତି । ଦୂତୀ ନବମ ଓଡ଼ିଆ ରୂପେ ଅର୍ଜୁନ ପୁରସ୍କରା ପାଇବେ । ସର୍ବପ୍ରଥମେ ୧୯୮୦ରେ ସାଇକେଲ୍ ଚାଳନା ପାଇଁ ମିନତି ମହାପାତ୍ର, ୧୯୮୨ରେ ଭାରୋତୋଳନ ଲାଗି ବିଜୟ କୁମାର ସତପଥି, ୧୯୯୮ରେ ଆଥେଲେଟ୍ ରଚିତା ମିସ୍ତ୍ରୀ ପଣ୍ଡା, ୨୦୦୨ରେ ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଅଲିମ୍ପିଆନ ଦିଲ୍ଳୀପ ତିର୍କୀ, ୨୦୦୭ରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଜ୍ୟୋତି ସୁନୀତା କୁଲୁ, ୨୦୦୯ରେ ପୂର୍ବତନ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ଇଗ୍ନେସ ତିର୍କୀ, ୨୦୧୦ରେ ଭରୋତଳକ କାଟୁଲ ରବି କୁମାର ଓ ୨୦୧୯ରେ ବିଶ୍ୱ ପାରା ବ୍ୟାଡ଼ମିଂଟନ୍ ଚମ୍ପିଆନ ପ୍ରମୋଦ ଭଗତଙ୍କୁ ଉକ୍ତ ପୁରସ୍କାର ମିଳିଥିଲା । ତେବେ ଏପର୍ଯ୍ୟନ୍ତ ପୁରସ୍କାର ପାଇବାରେ ଦୂତୀ ହେଉଛନ୍ତି ନବମ ଓଡ଼ିଆ । ଯାଜପୁର ଜିଲ୍ଳାର ଚକଗୋପାଳପୁରରେ ୧୯୯୬ ମସିହାରେ ଜନ୍ମଗ୍ରହଣ କରିଥିବା ଦୂତୀ ଭାରତୀୟ କ୍ରୀଡା ଜଗତର ଏକ ଜାଜୁଲ୍ୟମାନ ତାରକା କହିଲେ ଅତୁକ୍ତି ହେବନାହିଁ ।ଏହି ପୁରସ୍କାର ମିଳିବାକୁ ଯାଉଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦୂତୀଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି କହିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଆଥଲେଟିକ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ଯୁବପିଢିଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି । ତେବେ ଦୂତୀ ବିଭିନ୍ନ ସମୟରେ ଆଥଲେଟ ରୂପେ ରେକର୍ଡ କରିବା ସହିତ ପରିଶେଷରେ ଯଦିଓ ନୁହେଁ, କ୍ୟାରିୟରର ମଧ୍ୟଭାଗରେ ଏକାଧିକ ପଦକ ଓ ପୁରସ୍କାର ପାଇବାରୁ ମନେହୁଏ, ଏବେ ସେ ମାତ୍ର ୨୫ ବର୍ଷ ବୟସ୍କା ନୁହନ୍ତି; ବରଂ କ୍ରୀଡା କ୍ଷେତ୍ରରେ ସେ ପ୍ରବିଣ ହେବା ଉପରେ । ଏଥିନେଇ ଏକ ସାଧୁବାଣୀ ମନେପଡେ ଓ ତାହା ହେଲା, ‘ନୁହେଁ ବୃଦ୍ଧ ଶୁକ୍ଲ କେଶ ଅଟେ ଯାର ଶିର,ଯୌବନେ ଯେ ଜ୍ଞାନରତ ଦେବେ ତାକୁ ବୋଲନ୍ତି ସ୍ଥବିର’ ।

Leave A Reply

Your email address will not be published.

seventeen − 14 =