ଜଗତସିଂହପୁର: ଗତକିଛି ଦିନ ବାଲିକୁଦ ବ୍ଲକର ଲୋକପ୍ରତିନିଧିମାନଙ୍କର କୌଣସି ଉନ୍ନୟନମୂଳକ କାର୍ଯ୍ୟ ଉପରେ ବ୍ଲକ ଉନ୍ନୟନ ଅଧିକାରୀ ଡଃ.କଲ୍ୟାଣ ସୌରଭ ଦାସ କର୍ଣ୍ଣପାତ ନକରିବା ଘଟଣାରେ ସାରା ଗ୍ରାମ ପଞ୍ଚାୟତରେ ଅସନ୍ତୋଷ ବ୍ୟାପିଛି । ଏଥିନେଇ ଗତ ୧୭ତାରିଖରେ ବାଲିକୁଦ ବ୍ଲକ ସମ୍ମୁଖସ୍ଥ ଗାନ୍ଧୀ ପ୍ରତିମୁର୍ତି ନିକଟରେ ବାଲିକୁଦ ସରପଞ୍ଚ ସଂଘ ପକ୍ଷରୁ ଏକ ପ୍ରତିବାଦ ଧର୍ମଘଟ ଆହୁତ କରାଯାଇଥିଲା । ଏଥିରେ ବରମୁଣ୍ଡଳି ଗ୍ରମପଞ୍ଚାୟତର ସରପଞ୍ଚ ତଥା ବାଲିକୁଦ ସରପଞ୍ଚ ସଂଘର ସଭାପତି ନିରନ ପଣ୍ଡାଙ୍କ ନେତ୍ୃତ୍ୱରେ ପ୍ରାୟ ସମସ୍ତ ୩୦ଗୋଟି ଗ୍ରମ ପଞ୍ଚାୟତର ଜନପ୍ରତିନିଧିମାନେ ଏକତି୍ରତହୋଇ ଧାରଣାରେ ବସିଥିଲେ । ସରପଞ୍ଚମାନଙ୍କ ଦାବି ଗୁଡିକ ମଧ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକା ଭୁକ୍ତ କରିବା, ଚାଳଘରେ ରହୁଥିବା ଗରିବମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ବିଭିନ୍ନ ଗାଁ ଗହଳି ରାସ୍ତାଘାଟ କର୍ଦ୍ଧମାକ୍ତ ହେବା ଫଳରେ ସମଗ୍ର ବ୍ଲକ ଅଞ୍ଚଳରେ ଜନପ୍ରତିନିଧିଙ୍କ ଉପରେ ଜନସାଧାରଣଙ୍କ ବ୍ୟାପକ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବ୍ଲକ ଉନ୍ନୟନ ଅଧିକାରୀ ଡଃ ଦାସ ମୋଟେ ସରପଞ୍ଚମାନଙ୍କର କୌଣସି ଦାବି ଗ୍ରହଣ ନକରିବା ଫଳରେ ଆଗାମୀ ଦିନରେ ଜନ ଆନେ୍ଦାଳନ ହେବ ବୋଲି ସରପଞ୍ଚ ସଂଘର ସଭାପତି ନିରନ ପଣ୍ଡା, ସଂପାଦକ ରମେଶ ଚନ୍ଦ୍ର ପାଇଟାଳ, ଉପସଭାପତି ବୋରିକିନା ଗ୍ରାମପଞ୍ଚାୟତ ସାଧୁଚରଣ ସାହୁ, କୋଷାଧ୍ୟକ୍ଷା ବାଲିକୁଦ ସରପଞ୍ଚ ଶ୍ରୀମତୀ ଅନୁସୟା ସାହୁ, ଅପଣ୍ଡରା ସରପଞ୍ଚ ରମେଶ ଚନ୍ଦ୍ର ସେଠୀ, ମରିଚପୁର ସରପଞ୍ଚ ମିନାରାଣି ସ୍ୱାଇଁ, ମାଛଗାଁ ସରପଞ୍ଚ ପର୍ଶୁରାମ ସେଠୀ, ନାଗପୁର ସରପଞ୍ଚ ନିକୁ ବିଶ୍ୱାଳ, ଅଳାଭର ଅଶୋକ ଚନ୍ଦ୍ର ବିଶ୍ୱାଳ, ତରାସାହି ସରପଞ୍ଚ ପ୍ରିୟଦର୍ଶୀନୀ ବେହେରା, ତି୍ରତିରା ଅଜୟ କୁମାର ମହାନ୍ତି, ଇଛାପୁର ଗ୍ରାମପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୂଖ ବହୁ ଜନ ପପ୍ରତିନିଧି ଏତାଦୃଶ ଧାରଣାରେ ବସିରହି ଲୋକମାନଙ୍କର ଜନହିତକର କାର୍ଯ୍ୟଉପରେ ବିଡିଓ ମହୋଦୟ ଗୁରୁତ୍ୱାରୋପ ନକଲେ ଆଗାମୀ ଦିନରେ ଆନେ୍ଦାଳନ ତିବ୍ର ହେବ ବୋଲି ସଂଘର ସଭାପତି ଚେତାବନୀ ଶୁଣାଇଛନ୍ତି ।