ପାରାଦୀପ: ପାରାଦୀପର ନୁତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିÂ ପୁଲିସ ଅଧିକାରୀ ନିମାଇଁ ଚରଣ ସେଠୀ । ଗତ ଜୁନ୍ ୩୦ ତାରିଖରେ ପୁର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ନୁ ଚରଣ ମିଶ୍ର ଅବସର ଗ୍ରହଣ କରିବାପରେ ଜଗତସିଂହପୁର ଏ.ଏସ୍.ପି. ବିଶ୍ୱନାଥ ମିଶ୍ର ପାରାଦୀପ ଦାୟିତ୍ୱ ତୁଲାଉଥିଲେ । ଗତ ୧୪ ତାରିଖରେ ଶ୍ରୀ ସେଠୀ ତାଙ୍କର ପାରାଦୀପ କାର୍ଯ୍ୟାଳୟରେ ପହଁଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ନବନିଯୁକ୍ତ ଏ.ଏସ୍.ପି. ଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ବୁଦ୍ଧିଯିବୀ ମହଲରୁ ସ୍ୱାଗତ କରାଯାଇଛି । ଏହି ଅବସରରେ ପାରାଦୀପ ପ୍ରେସ୍ ମିଡିଆ ସଂଘ ପକ୍ଷରୁ ମଧ୍ୟ ସୈାଜନ୍ୟ ମୁଳକ ସାକ୍ଷାତ କରାଯିବାସହ ସ୍ୱାଗତ କରାଯାଇଥିଲା । ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁଧିର ରଂଜନ ଦାଶଙ୍କ ନେତୃତ୍ୱରେ ପାରାଦୀପ ପ୍ରେସ୍ ମିଡିଆ ସଭାପତି ବସନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ପରିଡା, ସାଧାରଣ ସଂପାଦକ ବଟକୃଷ୍ନ ଦାସ, ସହସଂପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ବିଶ୍ୱାଳ, ଓଡିଶା ସାମ୍ବାଦିକ ସଂଘର ପାରାଦୀପ ସଭାପତି କର୍ମେଶ୍ୱର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଅମିୟ କୁମାର ଦାସ, ହରିଶ୍ଚନ୍ଦ୍ର ଲେଙ୍କା, ଅଜିତ୍ କୁମାର ଦାସ, ବିବେକାନନ୍ଦ ରାଉତ, ସମିର କୁମାର ମହାନ୍ତୀ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧୀ ମାନେ ଶ୍ରୀ ସେଠୀଙ୍କୁ ଫୁଲତୋଡା ପ୍ରଦାନକରି ସ୍ୱାଗତ ଜଣାଇଥିଲେ । ତେବେ ପାରାଦୀପ ଭଳି ଏକ ବନ୍ଦର ସହରରେ ଆଇନ୍ଶୃଙ୍ଖଳା ପରିସ୍ଥିତିରେ ଦୃଢତା ଆଣିବା ପାଇଁ ଗଣମାଧ୍ୟମ ପ୍ରତିନିଧୀଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ସେଠୀ କର୍ମକର୍ତା ମାନଙ୍କୁ କହିିଛନ୍ତି ।