ପ୍ରକୃତି ଓ ପ୍ରବୃତି

ଏ ବିଶ୍ୱରେ ପ୍ରକୃତି କହିଲେ, ମଣିଷ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବ୍ୟତିତ ଅନ୍ୟ ସମସ୍ତ ବସ୍ତୁ (ମ୍ୟାଟର୍)କୁ ବୁଝାଇଥାଏ । ପ୍ରବୃତି କହିଲେ ସାଧାରଣତଃ ଏ ବିଶ୍ୱର ପ୍ରାଣୀଜଗତ ଅର୍ନ୍ତଭୂକ୍ତ ସମସ୍ତ ଜଳଚର, ସ୍ଥଳଚର ଏବଂ ଉଭୟଚର ପଶୁପକ୍ଷୀ ଓ ସରିସୃପ ଜାତୀୟ ପ୍ରାଣୀଙ୍କୁ ବୁଝାଇଥାଏ । ପ୍ରାଣୀଙ୍କ ପ୍ରବୃତିକୁ ଯଦି ବିଶ୍ଲେଷଣ କରାଯାଏ, ତେବେ ଆମେ ଦେଖୁ କେବଳ ନିଜର ଶରୀରଗତ କ୍ଷୁଧା ସହିତ ଯେଉଁମାନେ ଓତପ୍ରୋତ ଭାବେ ଜଡିତ ସେମାନେ ପଶୁପକ୍ଷୀ ଏବଂ ଜଳଚର ଜାତୀୟ ପ୍ରାଣୀ । କିନ୍ତୁ ବିବେକ ଥିବା ଏବଂ ପ୍ରକୃତି ଓ ପ୍ରବୃତି ଉଭୟ ଦେଖିବା କେବଳ ମାନବ ସମାଜ ମଧ୍ୟରେ ପରିସ୍ପୁଟ ହୋଇଥାଏ । ସେଥିଲାଗି କେବଳ ମଣିଷ ଆଦିମ ମଣିଷରୁ କ୍ରମଶଃ ସଭ୍ୟତାର ପାହାଚ ଚଢି ଏବେ ସଭ୍ୟତାକୁ ଅତ୍ୟାଧୁନିକ ରୂପରେଖ ଦେଇପାରିଛି । ତେବେ କରିଛି କଣ? ଉଡାଜାହାଜରେ ଉଡୁଛି, ବୁଡାଜାହାଜରେ ସାତ ସମୁଦ୍ର ବୁଲୁଛି ଏବଂ ସ୍ଥଳପଥରେ ଯିବା ପାଇଁ ଟ୍ରେନ୍ ଓ ବସ, କାର୍, ବାଇକ୍ ଆଦି ତିଆରି କରିଛି । ଏହା ବ୍ୟତିତ ନିଜର ସୁବିଧା ଲାଗି କେଉଁଠି ଜଙ୍ଗଲ ପଦା ହୋଇଛି ତ ଆଉ କେଉଁଠି ନଦୀ ପୋତା ହୋଇଛି । ଅନେକ ପୂର୍ବରୁ ଥିବା ପାହାଡ ପର୍ବତ ଖୋଳି ପଦା କରିଦିଆଯାଉଛି । ଏପରିକି ଅତି ଦୁଃଖର ସହିତ ଆମେ ଏହା କହିବାକୁ ବାଧ୍ୟ ହେଉଛୁ ଯେ ଚୀନ୍ରୁ ଏବେ ମହାମାରି କରୋନା ଆରମ୍ଭ ହୋଇ ସାରା ବିଶ୍ୱର ୧୯୯ ଦେଶକୁ କବଳିତ କରିଥିଲା ବେଳେ ସେହି ଚାଇନା ସମୁଦ୍ରକୁ ଅବରୋଧକରି କୃତ୍ରିମ ଦ୍ୱୀପ ନିମାଣ କରିଛି ଯାହା ପ୍ରକାରାନ୍ତରେ ମାନବ ସମାଜ ପକ୍ଷରୁ ପ୍ରକୃତି ବିରୋଧରେ ଯୁଦ୍ଧର ଆହ୍ୱାନ କହିଲେ ଅତୁ୍ୟକ୍ତି ହେବନାହିଁ । କେବଳ ଚୀନ୍ ନୁହେଁ, ବହୁ ରାଷ୍ଟ୍ର ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ବିଶ୍ୱର ଇତିହାସରେ ଯାହା କେବେ ଘଟିନଥିଲା, ତାହା ଗତ ୬ମାସ ଧରି ଘଟିଚାଲିଛି । ପ୍ରକୃତି ପ୍ରକାରାନ୍ତରେ ବିଶ୍ୱର ମାନବଜାତି ବିରୋଧରେ ଯେଉଁ ଯୁଦ୍ଧ ଘୋଷଣା କରିଛି, ତାହା କରୋନା ଭୂତାଣୁ ଜନିତ ରୋଗରେ ରୂପାନ୍ତରିତ । ଏହା ଏପରି ଭୟାନକ ହୋଇଛି ଯେ ଏବେ ମଣିଷ ନିଜ ଘରୁ ପଦାକୁ ବାହାରିବାକୁ ଡରୁଛି । ନିଜର ସମ୍ପର୍କୀୟ ମାନଙ୍କ ସହ ସଂସ୍ପର୍ଶରେ ଆସିବାକୁ ଭୟକରୁଛି । ତଥାପି ବ୍ରିଟେନ୍ ରାଜକୁମାର ଚାର୍ଲସ୍ ଓ ପ୍ରଧାନମନ୍ତ୍ରୀ ଏବଂ ବହୁ ରାଷ୍ଟ୍ରର ମୁଷ୍ଟିମେୟ ନେତା ଏବଂ ସେଲିବ୍ରିଟି ଏଭଳି କଟକଣା ମାନି ମଧ୍ୟ ସେମାନେ କରୋନା ପଜେଟିଭ ଜଣା ପଡିବା ପରେ ଏବେ ‘ଆଇସୋଲେସନ୍’ରେ ଅଛନ୍ତି । ଏଥିନେଇ ଗୋଟିଏ କଥା କୁହାଯାଇପାରେ । ତାହା ହେଲା, ‘କିବା ଦୁଃଖି ରଙ୍କୀ କି କୋଟିପତିଏ, କରୋନାକୁ ଏବେ ନଡରନ୍ତି କିଏ’!

Leave A Reply

Your email address will not be published.

three − one =