ବ୍ରହ୍ମପୁର ସହରରୁ ଉଠିଲା କଟକଣା


ଗଞ୍ଜାମ- ଆଜିଠାରୁ ବ୍ରହ୍ମପୁର ସହାରକୁ ଯାତାୟତ ଉପରୁ ଉଠିଲା କଟକଣା । ବହ୍ମପୁର ଅଂଚଳକୁ ଅନ୍ୟ ଜିଲ୍ଲାବାସୀ ଓ ଅନ୍ୟ ଜିଲ୍ଲାକୁ ବ୍ରହ୍ମପୁର ବାସୀ ବିନା କଟକଣାରେ ଯାତାୟତ କରିପାରିବେ । ସହରର ବଜାର ଖୋଳିବା ସମୟ ମଧ୍ୟ ବଢାଇ ଦିଆଯାଇଛି । ସକାଳ ୫ରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ସପ୍ତାହନ୍ତ ସଟଡାଉନ ପୂର୍ବପରି ଜାରି ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି । କରୋନା ହଟସ୍ପଟ ପାଲଟିଥିବା ଗଞ୍ଜାମରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦୀର୍ଘ ମାସେ ପର୍ଯ୍ୟନ୍ତ ଜିଲ୍ଲାକୁ ଚାରି ପଟୁ ସିଲ୍ କରି ଦିଆଯାଇଥିଲା । ଜିଲ୍ଲା ବାହାର ଲୋକ ସହର ମଧ୍ୟକୁ ଓ ସହର ଲୋକ ବାହାରକୁ ଯାତାୟତ ଉପରେ କଟକଣା ଲାଗାଯାଇଥିଲା । ଏହି ସମୟରେ ଡୋର ଟୁ ଡୋର ହେଲଥ ସ୍କ୍ରିନିଂ କରାଯାଇଥିଲା । ଜିଲ୍ଲାରେ କରୋନା ସଂକ୍ରମିତ ହାର ହ୍ରାସ ପାଉଥିବାରୁ ପ୍ରଶାସନ ପକ୍ଷରୁ ଆଜି କଟକଣାକୁ ଉଠାଇ ଦିଆଯାଇଛି । ତେବେ ଆଜିଠାରୁ ବ୍ରହ୍ମପୁର ଯାଆସ ଉପରେ କୌଣସି କଟକଣା ରହିବନି ।

Leave A Reply

Your email address will not be published.

8 − three =