ଭୁବନେଶ୍ୱର- ୨୦୧୯ ମସିହାରେ ସାଲିଆ ସାହିର ରିଙ୍କୁ ସ୍ୱାଇଁଙ୍କୁ ହତ୍ୟା କରି ଫେରାରଥିବା ଅପରାଧୀ ଶୋଭରାଜ ମହାରଣା ସମେତ ୫ ଜଣଙ୍କୁ ଗିରିଫ କରିଛି ନୟାପଲ୍ଲୀ ପୋଲିସ । ସେମାନଙ୍କ ଠାରୁ ଏୟାର ଗନ ଓ ମୋଟରସାଇକଲ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ସାଲିଆ ସାହିରେ ଥିବା ସୁନାମି କ୍ଳବର ସଦସ୍ୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଗତ ଜୁନ ୨ ତାରିଖରେ ରିଙ୍କୁ ସ୍ୱାଇଁ ଉପରକୁ ବୋମାମାଡ ହୋଇଥିଲା । ଗରୁତରେ ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୦ ଜଣ ସାମିଲ ଥିଲେ । ପୋଲିସ ଘଟଣା ସ୍ଥଳରୁ ୩ ଜଣଙ୍କୁ ଗିରିଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିଲେ । ଅପରାଧୀ ଶୋଭରାଜଙ୍କ ବହୁତ ଅପରାଧ ,ହତ୍ୟା ଓ ଲୁଟପାଟରେ ହାତ ରହିଛି ।