ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ର ଅବଧି


ନୂଆଦିଲ୍ଲୀ- ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ର ଅବଧି । ଯଦି କାଗଜପତ୍ରର ଭ୍ୟାଲିଡିଟି ଶେଷ ହୋଇଯିବ, ତେବେ ତାଙ୍କୁ କୌଣସି ଫାଇନ ଦେବାକୁ ପଡିବନି । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଏ ସଂପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ ଆଡଭାଇଜରି ଜାରି କରିଛନ୍ତି । ଗାଡି କାଗଜପତ୍ର ଅବଧି କହିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ସମସ୍ତ ପ୍ରକାରର ଡ୍ୟକୁମେଂଟ ବୈଧ ବୋଲି ଧରାଯିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୪ର୍ଥ ଥର ପାଇଁ ଗାଡି କାଗଜପତ୍ର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ କେନ୍ଦ୍ର ପକ୍ଷରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାଗଜପତ୍ର ଅବଧିକୁ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.

1 × 1 =