କୋଭିଡ୍ କଟକଣା ପାଇଁ ଗଣେଶ ପୂଜା ଫିକା

ଡେଲାଙ୍ଗ: ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ହେତୁ, ଜିଲ୍ଲା ପ୍ରଶାସନ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ସାର୍ବଜନିକ ସ୍ଥାନରେ କୌଣସି ଅନୁଷ୍ଟାନ ବା ବ୍ୟକ୍ତି ବିଶେଷ ଦ୍ୱାରା ଗଣେଶ ପୂଜା ଉତ୍ସବ ପାଳନ କୁ ବାରଣ କରିଛନ୍ତି । ଡେଲାଙ୍ଗ ମଧ୍ୟ କରୋନା ଆକ୍ରାନ୍ତା ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । କୋଭିଡ ପାଇଁ ସ୍କୁଲ,କଲେଜ,ଅଙ୍ଗନାଓାଡି କେନ୍ଦ୍ର ବନ୍ଦ ହେତୁ ଶିକ୍ଷାନୁଷ୍ଠାନ ଗୁଡିକରେ ଗଣେଶ ପୂଜା ହୋଇପାରି ନାହିଁ । ସେହିପରି ବିଭିନ୍ନ ବଜାର ବ୍ୟବସାୟୀ ପୂଜା କମିଟି,କ୍ଲବ,ସମିତି,ଯୁବକ ସଂଘ,ଗାଁ ପୂଜା କମିଟି ପକ୍ଷରୁ ମଧ୍ୟ କୋଭିଡ୍ ନିୟମ ମାନି ଗଣେଶ ପୂଜା ସ୍ଥଗିତ ରଖିଛନ୍ତି । କାଁ ଭାଁ କେଉଁଠି ପରିବାର ଲୋକେ ନଜ ଘରେ ଗଣେଷଙ୍କ ପୂଜା ଉତ୍ସବ ପାଳନ କରିଛନ୍ତି । ଏହି ପରିପେକ୍ଷୀରେ ବେରବୋଇ ରାଉତ ସାହିରେ ଯୁବକମାନେ କୋଭିଡ ମାର୍ଗ ଦର୍ଶିକା ମାନୀ ସଂମ୍ପୁର୍ଣ୍ଣ ନିରାଡମ୍ବର ରେ ଅଗ୍ରପୂଜ୍ୟ ଙ୍କ ପୂଜା କରାଯାଇଥିଲା । ସେହିପରି ଶ୍ରୀପୁରୁଷତମପୁର ପଚାଂୟତର ସେବକସାହି ପାଟଣା ଗ୍ରାମର ଯୁବକ ମାନେ ବିଦ୍ୟଦାତା ଶ୍ରୀ ଗଣେଶଙ୍କ ପୂଜା ନିରାଡମ୍ବର ପାାଳନ କରିଥିଲେ । ସାମଗ୍ରିକ ଭାବେ ଡେଲାଙ୍ଗରେ ଚଳିତ ବର୍ଷ ଗଣେଶ ପୂଜା ସମ୍ପୁର୍ଣ୍ଣ ଫିକା ପଡିଛି । ଏବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟଥିତ କରିଛି ବିଶ୍ୱମହମାରୀ କରୋନା, ପୂଷ୍ପାଜଂଳି ଦେବା ଓ ବିଦ୍ୟାଦାତା ପ୍ରଭୁ ଗଣେଷ ଆଶିଷ ପାଇବାରୁ ବଚିଂତ ହୋଇଛନ୍ତି ।

Leave A Reply

Your email address will not be published.

11 − nine =