ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ଘରୋଇ ବସ ମାଳିକ ସଂଘ


ଭୁବନେଶ୍ୱର- ବର୍ଷେ ର୍ଯ୍ୟନ୍ତ ଋଣ ଏବଂ ସୁଧ ଟଙ୍କା ଆଦାୟ ନକରିବାକୁ ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣରକୁ ଚିଠି ଲେଖିଛନ୍ତି ଘରୋଇ ବସ୍ ମାଲିକ ସଂଘ । ଏନେଇ ରିଭର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ଦକ୍ଷେପ ନିଆ ନ ଯାଏ ତେବେ ବସ୍ ମାଲିକ ଋଣ ଶୁଝି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ମହାମାରୀ କରୋନା ପାଇଁ ଦୀର୍ଘ ୬ ମାସ ଧରି ବସ୍ ଚଳାଚଳା ସୂଂର୍ଣ୍ଣ ବନ୍ଦ ରହିଛି । ଏବେ ଯେତିକି ବସ୍ ଚାଲୁଛି ସେହି ଅନୁସାରେ ଯାତ୍ରୀ ହେଉନାହାନ୍ତି । ଯାହାଫଳରେ ବସ୍ ମାଲିକ ଓ ଅନ୍ୟ କର୍ମଚାରୀ କ୍ଷତି ସହୁଛନ୍ତି । ବିଶେଷ କରି ବସ୍ ମାଲିକଙ୍କ ଅବସ୍ଥା ଶୋଚନୀୟ । ତେଣୁ ଏଭଳି ପରିସ୍ଥିତିରେ ଋଣ ଓ ସୁଧ ଟଙ୍କା ବର୍ଷେ ର୍ଯ୍ୟନ୍ତ ଆଦାୟ ନକରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛନ୍ତି ।

Leave A Reply

Your email address will not be published.

two + nine =