ନିଟ ଓ ଜେଇଇ ପରୀକ୍ଷା ଘୁଚାଂଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର- କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇ ପରୀକ୍ଷା ଘୁଚାଂଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଳଭି ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ନିରାପଦ ନୁହେଁ । ଏବେ ବିିଭନ୍ନ ସ୍ଥାନରେ ସଟଡାଉନ ଲକଡାଉନ କଟକଣା ଜାରି ରହିଛି । ଯାତାୟତ କରିବାର ମଧ୍ୟ ସମସ୍ୟା ଦେଖିଦେବ । ବିଶେଷ କରି ଓଡିଶାର ଆଦିବାସୀ ଅଂଚଳର ପିଲାଙ୍କ ଲାଗି ପରୀକ୍ଷା ଦେବାର ସମସ୍ୟା ହେବ । ତେଣୁ ଓଡିଶାର ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

four × 5 =