ନୂଆଦିଲ୍ଲୀ- ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଇଛି । ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏହି ଅଧିବେଶନ ବିନା ଅଫ ଡେରେ ଚାଲିବ । କୌଣସି ଦିନ ଛୁଟି ରହିବ ନାହିଁ, ଏପରିକି ଶନିବାର ଓ ରିବିବାର ଗୃହ କାର୍ଯ୍ୟ ଚାଲୁ ରହିବ । କାରଣ ସଂସଦ ଛୁଟି ରହିଲେ ସାସଂଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯିବାର ସମ୍ଭାବନା ରହିଛି । ଯାହାକି କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଦୈନିକ ୪ ଘଂଟା ଲେଖାଏଁ ଗୃହ କାର୍ଯ୍ୟ ହେବ । ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ପରିଚାଳନା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ସକାଳେ ଓ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାହ୍ନରେ ବସିବ । ଗୃହ କାର୍ଯ୍ୟ ସମୟରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ୧୮ ଦିନ ଧରି ନିରବଛିନ୍ନ ଭାବେ ଗୃହ କାର୍ଯ୍ୟ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି ।