ଜେଇଇ ମେନ ଓ ନିଟ୍ ପରୀକ୍ଷାକୁ ବିରୋଧ କରି ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟ ମନ୍ତ୍ରୀ


ନୂଅଦିଲ୍ଲୀ- ଜେଇଇ ମେନ ଓ ନିଟ ପରୀକ୍ଷାକୁ ବିରୋଧ କରି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଭଚୁ୍ର୍ୟଆଲ ବୈଠକ ବସିଥିଲା । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ କ୍ଷମତାସୀନ ପଞ୍ଜାବ, ରାଜସ୍ଥାନ, ଛତିଶଗଡ ଓ ପଡୁଚେରୀ ମୁଖ୍ୟମନ୍ତ୍ରୀ ବି ସାମିଲ ଥିଲେ । କରୋନା ମହାମାରୀ ସମୟରେ ପରୀକ୍ଷା କରିବା ଛାତ୍ରଛାତ୍ରୀଙ୍କ ଜୀବ ପ୍ରତି ବିପଦ ରହିଛି । ତେଣୁ ଏଭଳି ପରିସ୍ଥିତିରେ କେନ୍ଦ୍ର ପରୀକ୍ଷା କରିବ ବୋଲି ନିଷ୍ପତି ନେଇଛି । ତେଣୁ କେନ୍ଦ୍ରର ପରୀକ୍ଷା ନିଷ୍ପତିକୁ ବିରୋଧ କରି ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.

three × 1 =