‘ଅମ୍ଫାନ’ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ

ଜଗତସିଂହପୁର: ଜଗତସିଂହପୁର ଉପକୂଳ ସମେତ କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାପ୍ରତି ‘ଅମ୍ଫାନ’ ଝଡ଼ବାତ୍ୟା ଗୁରତର ବିପଦର ଆଂଶଙ୍କା ସୃଷ୍ଟି କରିଛି । ଏଥି ନିମନ୍ତେ ଜଗତସିଂହପୁର ଜିଲ୍ଲାପାଳ ଆଜି ପାରଦୀପ, ଏରସମା, ବାଲିକୁଦା ଓ କୁଜଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ଖାଲୁଆ ସମୁଦ୍ର କୂଳିଆ ଅଂଚଳରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ସଂପର୍କରେ ଏକ ତଦାରଖ କରିଛନ୍ତି । ‘ଅମ୍ଫାନ’ ଝଡ଼ବାତ୍ୟା ଅବପାତରେ ପରିଣତ ହେବାର ଆଂଶଙ୍କା ଘନୀଭୂତ ହେବାରେ ଲାଗିଛି । ଯାହା ଜଣା ପଡ଼ୁଛି ଯେ, ଏହି ବାତ୍ୟା ଗତ ୧୯୯୯ ବାତ୍ୟା ଠାରୁ ଏହାର ପ୍ରକୋପ ତାଣ୍ଡବନୀଳା ଖୁବ୍ କମ୍ ରହିବ । ହେଲେ ‘ଅମ୍ଫାନ’ର ମାତ୍ରାଧିକ ଗଛଲତା ଓ ଚାଳଛପର ଘର ଭାଙ୍ଗିରୁଜି ଯିବାର ଆଂଶଙ୍କା ରହିଛି । ସେଥିନେଇ ଜିଲ୍ଲାପାଳ ଆଗୁଆ ପଦକ୍ଷେପ ସ୍ୱରୂପ ବିଭାଗୀୟ ପଦାଧିକାରୀ ସଂପୃକ୍ତ ବ୍ଲକର ଉନ୍ନୟନ ଅଧିକାରୀ, ତହସିଲଦାରମାନେ ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି, ସ୍ଥାନାନ୍ତରିତ ହେଉଥିବା ପ୍ରାୟ ୩୫ ଖଣ୍ଡି ଗ୍ରାମର ୫୦ ହଜାର ଲୋକଙ୍କ ନିମନ୍ତେ ରନ୍ଧା ଖାଦ୍ୟ, ଚୂଡ଼ା, ମହାମବତୀ, କିରୋସିନ୍, ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଏନ୍ଡ଼ିଆରଏଫ୍ ଓ ଓଡ଼ିଆଏଫ୍ ଟିମ୍ ସଂପୃକ୍ତ ସମୁଦ୍ର କୂଳିଆ ସ୍ଥାନରେ ପହଂଚି ସାରିଛନ୍ତି । ଜିଲ୍ଲାପାଳ ଶ୍ରୀ ମହାପାତ୍ର ସଂପକ୍ତ ଅଂଚଳରେ ନିଜେ ତଦାରଖ କରୁଛନ୍ତି । ମୁଖ୍ୟ ଚିକିସôାଳୟର ୪ ଗୋଟି ଟିମ୍ ଏଥି ନିମନ୍ତେ ସଜାଗ ରହିଛି । ଆବଶ୍ୟକତା ଅନୁଯାଇ ମେଡ଼ିସିନ୍ ସାମଗ୍ରୀ ମହାଜୁଦ ରଖାଯାଇଛି ଜଗତସିଂହପୁର ଜଳସଂପଦ ଡିଭିଜନ ଓ ଦକ୍ଷିଣ ଜଳସଂପଦ କଟକ ଅଧିନରେ ଥିବା ଲୁଣା ନଦୀର ସ୍କୁଇଚ ଗେଟ୍ ଗୁଡ଼ିକକୁ ସଟର ପକାଇ ବନ୍ଦ କରାଯାଇଥିବା କଥା ଜଗତସିଂହପୁର ଜଳ ସମ୍ପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତାପ କେଶରୀ ଶତପଥୀଙ୍କ ସୂତ୍ରରୁ ଜଣାପଡିଛି । ମାଛଗାଁ ଜଳ ସମ୍ପଦ କନିÂ ଯନ୍ତ୍ରୀଙ୍କ ଅଧିନରେ ଥିବା ପ୍ରାୟ ୧୬ ଗୋଟି ସ୍କୁଇଚ୍ ଗେଟକୁ ଆଜି ସୁଧା ବନ୍ଦ କରାଯାଇଛି ।କାଠଗଡ଼ି ସ୍କୁଇଚି୍, ବସନ୍ତ ଲକ୍,ବନ୍ଦର, ନିମାମାଦେଳି, ରସକଂଟି, ଧନୁହରବେଲାରୀ, ବଡ଼ବାଲି, ବାଲିପାଟଣା, ପୋଦରୂଆଁ, ଶ୍ରୀବନ୍ତ ପୁର, ଖାଲଗାଁ ସ୍କୁଇଚ୍ ଗେଟ୍, ମଙ୍ଗପୁର ସ୍କୁଇଚି, ଅଳକା ସ୍କୁଇଚି ଗେଟ ଭଳି ବହୁ ସ୍କୁଇଚି ଗେଟ୍ ବନ୍ଦ କରିଦିଆଯାଇଛି । ସେହିଭଳି ନାଉଗାଁ ଜୁନିୟର ଜିଳ ସମ୍ପଦ ଅଧିନରେ ଥିବା, ଗୋବରିଲକ, ବାଉଁଶ ଜୋରି ଲକ୍, ଗାରୋଇଲକ୍ ତରାସାହି, ତାଳଦା ଭଳି ଲକ୍ ଗୁଡ଼ିକରେ ଖଲସୀମାନେ ସଟର ପକାଇଦେଇଛନ୍ତି । ଏହା ଖୋଲା ରହିଲେ ଝଡ଼ତୋଫାନର ସମୁଦ୍ର ଜୁଆର ପାଣି ଧାନ କ୍ଷେତରେ ମାଡ଼ିଯିବାର ସମ୍ଭାବନା ସୃଷ୍ଟିରୁ ବନ୍ଦ କରାଯାଇଛି । ସେହି ଭଳି ସାଉଥ ଡିଭିଜନ ଅଧିନରେ ଥିବା ଗୁନେଇମୁହଁ, ସିଆଳି, ପଦ୍ମପୁର ଲକ୍, ଜଟାଧାରି ମୁହାଁଣ ଲକ୍କୁ ଗୁଡ଼ିକକୁ ବନ୍ଦ କରିଦିଆଯାଇଥିବାର ଜଣାପଡ଼ିଛି । ସେହିଭଳି ଅଭୟଚନ୍ଦ୍ରପୁର, ଅଠରବାଙ୍କି, ଷଣ୍ଢକୁଦ, ଗଡ଼କୁଜଙ୍ଗ, ପାଇକା-ମହାନଦୀ ଅବବାହିକାରେ ଥିବା ପ୍ରାୟ ୩୦ ଗୋଟି ସ୍କୁଇଚ ଗେଟ୍ ବନ୍ଦକରା ଯାଇଥିବାର ସାଉଥ ଡିଭିଜନ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଆସନ୍ତା କାଲି ୧୯ ତାରିଖଠାରୁ ବାତ୍ୟାର ପ୍ରକୋପ ବୃଦ୍ଧି ପାଇ ୨୦ ତାରିଖ ସନ୍ଧ୍ୟା ସୁଧା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏଥିନେଇ ଅତ୍ୟାବଶୀକୀୟ ସାମଗ୍ରି କିଣିବାଲାଗି ବଜାରରେ ପ୍ରବଳ ଭିଡ଼ ଲାଗି ରହିଛି । ଏଥିନିମନ୍ତେ ଆବଶ୍ୟକତାଠାରୁ ବ୍ୟବସାୟୀମାନେ ଅଧିକ ଦାମ ନେଉଥିବାର ଅଭିଯୋଗ ଆମର ହସ୍ତଗତ ହୋଇଛି ।

Leave A Reply

Your email address will not be published.

one × two =