ମରଣ ଯନ୍ତା ପାଲଟିଛି ରିମୁଳି-ବଡବିଲ ଜାତୀୟ ରାଜପଥ

ଚମ୍ପୁଆ: ରିମୁଳି ଠାରୁ ଯୋଡା ବଡବିଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ନେଇ ଉପଖଣ୍ଡର ଚାରୋଟି ପଞ୍ଚାୟତର ସରପଞ୍ଚ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି । ବିପର୍ଯ୍ୟସ୍ତ ରାସ୍ତା ପାଇଁ ଏହି ଚାରୋଟି ପଞ୍ଚାୟତ ସହ ଯୋଡା ଓ ବଡବିଲ ମୁନସିପାଲଟି ବାସିନ୍ଦାଙ୍କକ ସ୍ୱଭାବିକ ଜୀବନଯାତ୍ରା ଏକ ପ୍ରକାର ଠପ ହୋଇଯାଇଛି । ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଆମ୍ବୁ୍ୟଲାନ୍ସ ସେବା ଓ ବ୍ୟାଙ୍କ ସେବା ପାଇବା ପାଇଁ ଏରାସ୍ତାରେ ଯିବା ଆସିବା ପୁରାପୁରି ଅସମ୍ଭବ ହୋଇପଡିଛି । ହଜାର ହଜାର ସଂଖ୍ୟରେ ଖଣିଜ ଦ୍ରବ୍ୟ ପରିବହନ ପାଇଁ ଚାଲୁଥିବା ଟ୍ରଲର, ହାଇୱା ଭଳି ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ମରଣ ଯନ୍ତା ପାଲଟିଯାଇଛି । ଏପରିକି ୩୦କି.ମି ରାସ୍ତା ଅତିକ୍ରମ କରିବା ପାଇଁ ୩ରୁ ୫ଘଂଟା ସମୟ ଲାଗୁଛି । ତାହା ମଧ୍ୟ ଗ୍ୟାରେଂଟି ଦେଇ କହିହେବନାହିଁ । ରାସ୍ତା ମରାମତି କାର୍ଯ୍ୟ ଚାଲୁଥିବାରୁ ବର୍ଷା ଦିନରେ ରାସ୍ତର ପ୍ରାୟତଃ ଘଂଟା ଘଂଟା ଧରି ଜାମ ରହୁଛି । ଏ ରାସ୍ତାରେ ପ୍ରତି ମୁହୁର୍ତରେ ବିପଦ ରହିଛି । ଏହି ରାସ୍ତାରେ ଧନ ଜୀବନ ସହ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି । ଏବାବଦରେ ବିଭିନ୍ନ ସଂଗଠନ ତରଫରୁ ବିିଭିନ୍ନ ସମୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ସରକାରଙ୍କ ରାଜକୋଷରୁ ଏକ ସିଂହଭାଗ ଅର୍ଥ ଏହି ଜିଲ୍ଲାରେ ଖଣି ଅଞ୍ଚଳରୁ ଯାଉଥିବା ବେଳେ ଏଅଞ୍ଚଳର ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧା ଗୁଡିକର ବିକାଶ ପାଇଁ ସରକାର ଆନ୍ତରିକତା ପ୍ରକାଶ ନକରିବା ଜିଲ୍ଲାବାସୀଙ୍କୁ ବ୍ୟଥି୍ତ କରୁଛି । ସରକାର ଏ ସମସ୍ୟା ଗୁଡିକୁ ଗୁରୁତରଭାବେ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ନାରଦପୁର, ଚମକପୁର, କଣ୍ଡରା, ବରିକିନା ପଞ୍ଚାୟତର ସରପଞ୍ଚଙ୍କ ସମେତ ଗ୍ରାମବାସୀ ଓ ଚିତରନ ମହାନ୍ତଙ୍କ ଦାବି କରିଛନ୍ତି । ରାସ୍ତା ମରାମତି କାର୍ଯ୍ୟ ନସରିବା ଯାଏଁ ଭାରିଯାନ ଗୁଡିକୁ ସୁନ୍ଦରଗଡର କୋଇଡା ରାସ୍ତାଦେଇ ଚଳାଚଳ କରେଇବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

15 + 19 =