ଯୋଡା ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସାମୁହିକ ବିକାଶକୁ ନେଇ ଗଠିତ ହୋଇଥିବା ସାମାଜିକ ଅନୁଷ୍ଠାନ ଯୋଡା ବିକାଶ ପରିଷଦ ଶେଷରେ ଯୋଡା ବାସୀଙ୍କୁ ସହଯୋଗ ତଥା ପରିଷଦର କାର୍ଯ୍ୟକର୍ତାଙ୍କ ଐକାନ୍ତ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଞ୍ଜିକୃତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ପରିପ୍ରେକ୍ଷୀରେ ବିକାଶର କାର୍ଯ୍ୟଧାରାକୁ ଶୁଭାରମ୍ଭ କରିବାକୁ ଯାଇ ଗତକାଲି ପରିଷଦର ସଭାପତି ନିରଞ୍ଜନ ବହିଦାର ଓ ସମ୍ପାଦକ ସୁଶାନ୍ତ କୁମାର ବାରିକଙ୍କ ମିଳିତ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୫ନଂ ୱାର୍ଡ ଆମ ବାଗାନ ସନ୍ନିକଟ ସୁନା ନଦୀ ପଠାରେ ବର, ପିପଳୀ ଓ ନିମ୍ବ ପରି ନିନୋଟି ପବିତ୍ର ବୃକ୍ଷର ଚାରା ରୋପଣ କରାଯାଇଥିଲା । ବିକାଶ ପରିଷଦର କାର୍ଯ୍ୟଧାରାକୁ ଆଗକୁ ଅଗ୍ରସର କରିବାପାଇଁ ବୃକ୍ଷ ରୋପଣ କରି ଏକ ମହାନ କାଯ୍ୟକୁ ପ୍ରାଥମିକତା ଦେଇ ଯୋଡା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଡାର ବରିଷ୍ଠ ନାଗରି ପୁରୁଷୋତମ ଦାସ, ନୀଳମଣି ମହାନ୍ତି, ଗୋପାଳ ଚନ୍ଦ୍ର ସାହୁ, ବଂଶୀଧର ବେହେରା ଉପସ୍ଥିତ ଥିବାବେଳେ ବିକାଶ ପରିଷଦର ଉପ-ସଭାପତି ଭଗବାନ ଗିରି, ଯୁଗ୍ମ ସମ୍ପାଦକ ମନୀନ୍ଦ୍ର ସୁନ୍ଦର ବାରିକ, କୋଷାଧ୍ୟକ୍ଷ ପବିତ୍ର ଦାସ ସମେତ ମନୋଜ କୁମାର ରାଣା, ଝୁନୁ କୌର, କଳ୍ପନା ଦାସ, ଦୁଷ୍ମନ୍ତ କୁମାର ପାତ୍ର, ରାଜେନ୍ଦ୍ର କୁମାର ସାହୁ, ସୁବାଷ ବିହାରୀ, କ୍ଷୀରୋଦ ମହାନ୍ତି, ସାତ୍ୟକୀ ବେହେରା, ଅମୀୟ ରଞ୍ଜନ ଜେନା, ଉପେନ୍ଦ୍ର ସାହୁ, ସାରଦା ପ୍ରସାଦ ଆଚାର୍ଯ୍ୟ ଓ ରତ୍ନାକର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

19 − 5 =