ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିିଭିନ୍ନ ନଦୀରେ ଜଳପତନ ବୃଦ୍ଧି ପାଇବାରେ ଲାଗିଛି । ତେବେ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ରେଖା ସୃଷ୍ଟି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ବୈତରଣୀର ବନ୍ୟା ଜଳ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦାଠରେ ବୈତରଣୀ ବନ୍ୟା ଜଳ ୧୯.୫୬ ମିଟରରରେ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ୧୭.୮୩% ରହିଛି ।
ଏଣେ ବିଂଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ବର୍ଷାଜଳ ପଶି ଯାଇଥିବା ବେଳେ କୋରେଇ ବ୍ଲକର ଚାଷଜମି ଓ ଗାଁରେ ପାଣି ଜମି ରହିଛି । କେତେକ ସ୍ଥାନରେ ଘରକାନ୍ଥ ଭାଙ୍ଗିଯାଇଛି । ଅନ୍ୟପକ୍ଷରେ ଏକ ବଡ ବନ୍ୟାର ଆଶଙ୍କା କରିଛି ପ୍ରଶାସନ । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି । ଦ୍ରୁତ ଗତିରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।
ବନ୍ୟା ମୁକାବିଲା ପାଇଁ ସମସ୍ତ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବା ବେଳେ କୋରେଇରେ ୫ଟି, ଯାଜପୁରରରେ ୨ଟି, ଦଶରଥପୁରରେ ୪ଟି ଓ ବିଂଝାରପୁରରେ ୨ଟି ବୋଟ୍ ପ୍ରସ୍ତୁତ ରହିଛି । କଳିଙ୍ଗନଗରରୁ ଆସିଥିବା ଓଡ୍ରାଫ୍ ଟିମ୍କୁ ଦଶରଥପୁର ବ୍ଲକକୁ ପଠାଇ ଦିଆଯାଇଛି । ପାଣିକୋଇଲିରେ ଥିବା ଏନ୍ଡିଆରଏଫ୍ କୋରେଇ ବ୍ଲକର ସ୍ଥିତି ଉପରେ ନଜର ରଖିବେ ।
ବାଲେଶ୍ୱର ଜିଲ୍ଳାରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୌରପାଳିକାର ୧,୨ ଓ ୩ ୱାର୍ଡରେ ବର୍ଷା ଜଳରେ ଉବୁଡୁବ ହେଉଛି । ଶତାଧିକ ଘରେ ପାଣି ପସିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ପୌରପାଳିକାର କଲେଜଛକ, ବରଫକଳ ଛକ, ଉତରେଶ୍ୱର ଗଳାପୋଳରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି ।
ସୂଚନା ଅନୁଯାୟୀ ୧୦ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଶତାଧିକଙ୍କ ଘରେ ପାଣି ପସିଯାଇଛି । ମଙ୍ଗଳପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବରଖୁଡୀ ଛକରୁ ବରଫକଳ ଏପ୍ରୋଜ ରୋଡ ଜଳମଗ୍ନ ହୋଇଛି । ୧ନଂ ୱାର୍ଡରେ ଆଦିବାସୀ ସାହୀ ୫୦ ଘର, ୨ନଂ ୱାର୍ଡର ବରଖୁଡୀ ୧୫ ଓ ୩ନଂ ୱାର୍ଡରେ ଚିନ୍ତାମଣୀ ପଦା ୪୦ରୁ ଉର୍ଦ୍ଧ୍ୱ ଘରେ ପାଣି ପସିଯାଇଛି । ବର୍ଷା ଛାଡିଥିଲେ ବି ଜାତୀୟ ରାଜପଥରୁ ଏପ୍ରୋଜ ରୋଡରେ ପାଣି ଆଣଣ୍ଠୁରୁ ଉଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ବର୍ତମାନ ସୁଧା ପାଣି ନିଷ୍କାସନ ପାଇଁ ପ୍ରଶାସନ ପଦକ୍ଷେପ ନିଆଯାଇ ନାହିଁ ।