ଭୁବନେଶ୍ୱର- ରାଜ୍ୟରେ  ଗତ ୨୪ ଘଂଟାରେ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପକ୍ଷରୁ ସୂଚନା ମିଳିଛି ।  ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ୨, ରାୟଗଡା, ବଲାଙ୍ଗିର, ବରଗଡ ଓ  ଭଦ୍ରକରୁ ଜଣେ ଲେଖାଏଁ  ରହିଛନ୍ତି ।  ଗଞ୍ଜାମରେ  ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ଜଣେ ୪୫ ବର୍ଷୀୟ ପୁରୁଷ  ଓ ଅନ୍ୟ ଜଣେ ୫୫ ବର୍ଷୀୟ ମହିଳା, ସେହିପରି ଖୋର୍ଦ୍ଧାର ୨ ମୃତକ  ଭୁବନେଶ୍ୱରର ୬୫ ଓ ୫୬ ବର୍ଷୀୟ ପୁରୁଷ । ରାୟଗଡାର ୬୦  ବର୍ଷୀୟ, ବଲାଙ୍ଗିର ୪୦, ଭଦ୍ରକ ୬୨ ବର୍ଷୀୟ ପୁରୁଷ ରହିଛନ୍ତି । ପୂର୍ବରୁ ଏମାନେ ବିିଭନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା  ଜନିତ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି ।