ସମ୍ବଲପୁର- ହୀରାକୁଦର ଆଉ ୪ ଟି ଗେଟ ଖୋଲା ଯାଇଛି । ବର୍ତମାନ ମୋଟ ୨୮ଟି ଗଟେ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆଗକୁ ଆଉ ୩୬ଟି ଗେଟ ଖୋଲିଯିବାର ସମ୍ଭାବନା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମ ଖୋଲିବା ଦ୍ୱାରା ମହାନଦୀରରେ ଜଳସ୍ତର ବୃଦ୍ଧି ପାଉଛି । ଡ୍ୟାମକୁ ୬ ଲକ୍ଷ ୫୬ ହଜାର ୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।